ମନ୍ଦ ଉଦ୍ଦେଶ୍ୟରେ ପରଘରେପସି ବନ୍ଧା ହେଲେ ଯୁବକ

ହାଟଡ଼ିହି, (ବିକାଶ ବିଶ୍ୱାଳ):କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ପରଘରେ ପସିଥିବାବେଳେ ଜଣେ ଯୁବକକୁ ପରିବାର ଲୋକେ ଏକ ଖୁଣ୍ଟରେ ବାନ୍ଧି ପକାଇବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଗୋପ ଗ୍ରାମର ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏକ ଧାରୁଆଅସ୍ତ୍ର ଓ ଏକ ନିଶ୍ଚେତକ ଷ୍ପ୍ରେ ବୋତଲ ଧରି ଜଣେ ବ୍ୟକ୍ତିଙ୍କ ଘରେ ପସିଥିଲା । ପରିବାର ଲୋକେ କୌଣସି କାରଣରୁ ଉଠିପଡିବାରୁ ଯୁବକ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପରିବାର ଲୋକେ ତାକୁ କାବୁ କରିବା ସହିତ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକକୁ ଉଦ୍ଧାର କରିବା ସହିତ ଥାନାକୁ ଧରିନେଇ ଅଟକ ରଖି ପଚରା ଉଚୁରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ