୭ ବନ୍ଧୁକ, ୬୫ ରାଉଣ୍ଡ ଗୁଳି ଜବତ, ୭ ଗିରଫ
କଟକ, (ଦୀପକ୍ କୁମାର ବେଉରା) : କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୁଲିସ ଚଢ଼ଉ କରି କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ ଓ ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ଗିରଫ କରିଛି।ଆଜି ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କିଣାବିକା ନେଇ ଡିଲ୍ ଚାଲିଥିବାବେଳେ କମିଶନରେଟ୍ ପୁଲିସ ୭ ଜଣଙ୍କୁ ଧରିଛି। ଏହାସହ ସେମାନଙ୍କ ପାଖରୁ ୭ଟି ବନ୍ଧୁକ, ୬୫ ରାଉଣ୍ଡ ଗୁଳି, କାର୍, ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି। ଏହି ବନ୍ଧୁକ କାରବାର ସହ ବିହାରର ମୁଙ୍ଗେର ସହ ସଂପର୍କ ରହିଥିବା ପୁଲିସ କହିଛି। ଧରାପଡ଼ିଥିବା କୁଖ୍ୟାତ ଅପରାଧୀ ବିଜୟ ନାୟକ ଟିଟୋ ଗ୍ୟାଙ୍ଗର ସହଯୋଗୀ ଏବଂ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି।


