ପାଞ୍ଚଟି ବିଦ୍ୟାଳୟରେ ପୋଷାକ ବିତରଣ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ପାଞ୍ଚଟି ବିଦ୍ୟାଳୟରେ ମାର୍ଚ୍ଚ ୩୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକରାବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଣିତରା ସିଆରସିସି ଭବାନୀ ପାତ୍ର, ତାଳସାକର ସିଆରସିସି ମାନସ ରଞ୍ଜନ ସେଠୀ ଓ ରାମଣ୍ଡା ସିଆରସିସି ରାଜା କିଶୋର ଦାଶ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷୟିତ୍ରୀ ସଙ୍ଗୀତା ମଲ୍ଲିକ ଏବଂ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ ଓ ଆଦିତ୍ୟ କୁମାର ପ୍ରଧାନ ପରିଚାଳନା ରେ ସହଯୋଗ କରିଥିଲେ। କେ.ପଥରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଏମସି ସଭାପତି ମନୋଜ କୁମାର ନାୟକ ଓ ସିଆରସିସି ମାନସ ରଞ୍ଜନ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିବା ବେଳେ ଶିକ୍ଷକ କାହ୍ନୁ ଚରଣ ବେହେରା ସହଯୋଗ କରିଥିଲେ। କୁଞ୍ଜବନ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ଅଶୋକ କୁମାର ପ୍ରଧାନ ଓ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଏହି ମେଳାରେ ପ୍ରଧାନ ଶିକ୍ଷକ ରଘୁନାଥ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ଭୂୟାଁ ସହଯୋଗ କରିଥିଲେ। ବି.ବୋରଦା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ କାନସୁକା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ସୁଶାନ୍ତ କୁମାର ସ୍ୱାଇଁ ଓ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସେହିପରି ବୁଗୁଡା ଏନଏସି ଅନ୍ତର୍ଗତ ବାଲିପିଣ୍ଡି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମକୁ ସିଆରସିସି ପ୍ରତାପ କୁମାର ଖଡଙ୍ଗା ଉଦଘାଟନ କରିଥିବା ବେଳେ ଏସଏମସି ସଭାପତି ନବକିଶୋର ବେହେରା ମୁଖ୍ୟ ଅତିଥି ଓ ଯୋଗେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜୁଲତା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା ଓ ଲକ୍ଷ୍ମୀ ନାହାକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ