ବିଦ୍ୟାଳୟରେ ୩୩୦ ଜଣଙ୍କୁ ପୋଷାକ ଓ ଜୋତା ବଣ୍ଟନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ଏନଏସି ଅନ୍ତର୍ଗତ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୁଗୁଡା ବ୍ଳକର ଘୋଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୩୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ୩୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି। ବୁଗୁଡା ଏନଏସି ର ଶ୍ରୀ ବିରଞ୍ଚୀନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଏହି ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ଶଙ୍କର ସେଠୀ, ବୁଗୁଡା ସିଆରସିସି ପ୍ରତାପ କୁମାର ଖଡଙ୍ଗା ଓ ମାଣିତରା ସିଆରସିସି ଭବାନୀ ପାତ୍ର ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ୨୩୩ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପତି, କାଦମ୍ବିନୀ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ବେହେରା, ଓ ସଂଘମିତ୍ରା ରଥ ଏବଂ ଶିକ୍ଷକ ରବିନାରାୟଣ ବରିହା, ଅମୀୟ ରଞ୍ଜନ ଭୂୟାଁ,ଓ ବିଳାସ କୁମାର ପୋଲାଇ ମେଳା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଘୋଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ବିତରଣ ମେଳାରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମାଣିତରା ସିଆରସିସି ଭବାନୀ ପାତ୍ର ଓ ରାମଣ୍ଡା ସିଆରସିସି ରାଜ କିଶୋର ଦାଶ ଯୋଗଦେଇ ଥିଲେ। ଅତିଥି ଓ ଅଭିଭାବକ ବୃନ୍ଦଙ୍କ ଦ୍ଵାରା ୯୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଏହି ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ