ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଯାତ୍ରି ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ପଶ୍ଚିମ ମୟୂରଭଂଜ ଜିଲ୍ଲା କମିଟି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, କେନ୍ଦ୍ର କମିଟି ସଦସ୍ୟ ଫାଗୁ ହାଁସଦା, କେନ୍ଦ୍ର କମିଟି ସଦସ୍ୟ ଗୋବିନ୍ଦ ଚନ୍ଦ୍ର ସୋରେନ, ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସୁନିଲ ମାଝୀ, ଉପସଭାପତି ଯଶିପୁର ଅଂଚଳର ଭୀମସେନ ନାଏକ, ଉପସଭାପତି ସାଲୁ କିସ୍କୁ, ସଂପାଦକ-ଅସୀତ ବେହେରାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମୟୂରଭଂଜ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ,କେନ୍ଦୁଝର,ସୁନ୍ଦରଗଡ,ପୂର୍ବ ମୟୂରଭଂଜ ଜିଲ୍ଲାର ବହୁ ଟାଣୁଆ ନେତା ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ବ୍ଳକ, ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନାଲ କମିଟି ଗଠନ ସହ ନୁତନ ସଭ୍ୟ ସଂଗ୍ରହକୁ ଗୁରୁତ୍ବ ଦିଆଯିବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦିଶମ ଗୁରୁ ଶିବୁ ସୋରେନଙ୍କ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଯୁବକମାନଙ୍କୁ ଦଳ ନେତୃତ୍ବ ପଦ ଦେବା ସହ ବିଭିନ୍ନ ଦାୟିତ୍ଵ ଦିଆଯାଇ ଏକ ଟାଣୁଆ ସଂଗଠନ କରାଯିବ ।ତଦସହ ଯୁବ, ଛାତ୍ର,କୃଷକ, ଖଟିଖିଆ,ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା ସଂଗଠନ ଗଠନ କରାଯିବ । ଆଂଚଳିକ ସମସ୍ୟା ଉପରେ ଦଳ ନ୍ୟାୟ ପାଇଁ ଆନ୍ଦୋଳନକୁ ଗୁରୁତ୍ବ ଦିଆଯିବ ବୋଲି ଦଳର ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳୀୟ କର୍ମୀ ଆଜିଠାରୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ଦଳ ସେମି ଫାଇନାଲ ଖେଳ ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ କଲେ ଫାଇନାଲ ଖେଳ ବିଧାନ ସଭା ଏବଂ ଲୋକସଭା ନିର୍ବାଚନରେ ଭଲ କରି ପାରିବ ବୋଲି କହିଥିଲେ ।ପରେ ଦଳର ବରିଷ୍ଠ ନେତା ରାମଚନ୍ଦ୍ର ସାଇଆଁଙ୍କୁ ଦଳ ପକ୍ଷରୁ ଫୁଲମାଳ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଦଳର ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।


