“ବିଗ୍ ବସ୍’ରୁ ବାହାରିଲେ ଅନୁ ମଲ୍ଲୀକ୍
ବିବାଦୀୟ ରିୟାଲିଟି ଶୋ’ “ବିଗ୍ ବସ୍-୧୩’ରେ ଗତ ୱିକେଣ୍ଡ କା ୱାର୍ ରେ ଆଉ ଏକ ଏଲିମିନେଶନ୍ ହୋଇଯାଇଛି । ମ୍ୟୁଜିକ୍ କମ୍ପାଜର ଅନୁ ମଲ୍ଲୀକ ବିଗ୍ ବସ୍-୧୩ରୁ ଏଲିମିନେଟ୍ ହୋଇଯାଇଛନ୍ତି । ଏହା ହେଉଚି ଶୋ’ର ତୃତୀୟ ଏଲିମିନେଶନ୍ । ପୂର୍ବରୁ ଦଲଜିତ୍ କୌର୍ ଓ କୋଏନା ମିତ୍ରା ବିଗ୍ ବସ୍ ଘରୁ ବାହାରି ସାରିଛନ୍ତି । “ବିଗ୍ ବସ୍’ ଘରୁ ଏତେ ଶୀଘ୍ର ବାହାରି ଅନୁ ବଡ଼ ଦୁଃଖୀ ହୋଇଛନ୍ତି । ହେଲେ ସେ ଖୁସି ଯେ ସେ ନିଜ ଗେମ୍ ବହୁତ ଭଲରେ ଖେଳିଛନ୍ତି । ଘରୁ ବାହାରିବା ପରେ ଅନୁ ଏକ ସାକ୍ଷାତକାର ଦେଇ କହିଛନ୍ତି, “ମୁଁ ଜାଣିଥିଲି ଯେ ମୋର ଶୋ’ରୁ ବାହାରିବା ଖବର ଶୁଣି ମୋ ପରିବାରଙ୍କୁ ବଡ଼ ଧକ୍କା ଲାଗିଥିବ । ହେଲେ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଏଥର ମୁଁ ହିଁ ଶୋ’ରୁ ଆଉଟ୍ ହେବି ।’
ଅନୁ ଆଗକୁ କହିଛନ୍ତି, “ମୁଁ ଯେତେବେଳେ ବିଗ୍ ବସ୍ ଘରୁ ବାହାରିଲି ସେମାନେ ମୋତେ କହିଲେ ଯେ ମୁଁ ବହୁତ ଭଲ ଗେମ୍ ଖେଳିଛନ୍ତି । ଯଦି ଆପଣ ଶୋ’ରୁ ବାହାରିଯାଉଛନ୍ତି ତେବେ କୌଣସି ଅସୁବିଧା ନାହିଁ । ହେଲେ ଶୋ’ରେ ୟଙ୍ଗ ଲୋକମାନଙ୍କୁ ବେଶି କରାଯାଏ ।’ ଅନୁ କହିଥିଲେ ଯେ ତାଙ୍କୁ ଟିକେ ବି ଜଣାନଥିଲା ଯେ ଶୋ’ରେ ରହିବା ପାଇଁ ତାଙ୍କୁ ଡ୍ୟାନ୍ସ, ପାଟି ତୁଣ୍ଡ ଓ ଅଯଥା କଳିଝଗଡ଼ା କରିବାକୁ ପଡ଼ିବ । ସେ ବାସ୍ ସମସ୍ତଙ୍କ ସହ ଭଲ ସମୟ ବତାଇବାକୁ ଚାହୁଁଥିଲେ । ଯାହାକି ସେ କରିଥିଲେ ମଧ୍ୟ ।
ଅନୁ ଙ୍କୁ ୱାଇଲ୍ଡକାର୍ଡ଼ ଏଣ୍ଟ୍ରି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ତାଙ୍କୁ ଘର ଭିତରକୁ ପୁଣିଥରେ ଏଣ୍ଟ୍ରି କରିବାରେ କୌଣସି ଅସୁବିଧା ନାହିଁ ହେଲେ ତାଙ୍କୁ ପୂରା ବିଶ୍ୱାସ ଯେ “ବିଗ୍ ବସ୍’ର ନିର୍ମାତା ତାଙ୍କୁ କେବେ ବି ୱାଇଲ୍ଡକାର୍ଡ ପାଇଁ ବାଛିବେ ନାହିଁ । ସୂଚନାଯୋଗ୍ୟ, ଅଽୁ ହେଉଛନ୍ତି ବଲିଉଡର ସଫଳ ମ୍ୟୁଜିକ୍ ଡାଇରେକ୍ଟର ଅନ୍ନୁ ମଲ୍ଲିକଙ୍କ ସାନ ଭାଇ । ସେ ଦେଖିବାକୁ ମଧ୍ୟ ପ୍ରାୟ ଅନ୍ନୁଙ୍କ ଭଳି । ଅନ୍ନୁଙ୍କ ଭଳି ସେ ମଧ୍ୟ ଜଣେ ଚର୍ଚ୍ଚିତ ମ୍ୟୁଜିକ୍ କମ୍ପୋଜର୍ ଓ ଜଣେ ଭଲ ଶୋ’ ଅର୍ଗାନାଇଜର ।


