ଉତ୍କଳ ଦିବସ ପାଳନ ସହ ଗଞ୍ଜାମ ଜିଲ୍ଲାପାଇଁ ବିମାନବନ୍ଦର ଦାବି କଲା ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର, (ଅନିଲ କୁମାର): ଆଜି ସମଗ୍ର ଓଡିଶା ପ୍ରଦେଶରେ ଉତ୍କଳ ଦିବସକୁ ଅତି ଆନନ୍ଦ ମହୋଛବରେ ପାଳନ କରାଯାଉଥିବାବେଳେ ବ୍ରହ୍ମପୁରବାସୀ ଏକ ନିଆରା ଢଙ୍ଗରେ ଆଜିର ଦିବସକୁ ପାଳନ କରିଛନ୍ତି l ସ୍ଥାନୀୟ ଗିରିରୋଡ ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉତ୍କଳ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ କରିବା ସହ ଗଞ୍ଜାମ ଜିଲ୍ଲାପାଇଁ ବିମାନ ବନ୍ଦର ଦାବି ଉପସ୍ଥାପନ କରିଛି l ପ୍ରକାଶ ଥାଉ କି, ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘ ବର୍ଷରୁ ବ୍ରହ୍ମପୁରବାସୀ ଆନ୍ଦୋଳନ ମାଧ୍ୟମରେ ସ୍ୱର ଉତ୍ତୋଳନ କରୁଥିଲେ ବି ରାଜ୍ୟ ସରକାର ଦୀର୍ଘ 20ବର୍ଷର ଦାବିପ୍ରତି ଗୁରୁତ୍ୱ ଦେଇନାହାନ୍ତି l ଚଳିତ ବର୍ଷ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ବିଭାଗ ପକ୍ଷରୁ ଉଡାନ ଯୋଜନା ପାଇଁ ସବୁ ରାଜ୍ୟକୁ ଆବେଦନ ଆହ୍ୱାନ କରାଯାଇଥିବାବେଳେ ଓଡିଶା ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଦୃଷ୍ଟି ନଦେଇ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଠାରେ ଦେଇନାହାନ୍ତି,ଯାହାକି ଗଞ୍ଜାମ ଜିଲ୍ଲାବାସୀଙ୍କୁ ଖୁବ ନିରାଶ କରିଛି l ଆଜି ଉତ୍କଳ ଦିବସ ପାଳନ କରିବାସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିଠାରେ ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ଓ ସାହି କମିଟିର କର୍ମକର୍ତା ଗଣଧାରଣାରେ ସାମିଲ ହୋଇଥିଲେ ଓ ବ୍ରହ୍ମପୁର ପ୍ରତି ଚରମ ଅବହେଳାର ଉଚିତ ଜବାବ ଦିଆଯିବ ବୋଲି ଆଜି ଧାରଣାରେ ଉପସ୍ଥିତ ସମସ୍ତ ଆନ୍ଦୋଳନକାରୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି l ସହଆବାହକ ଅବନୀ ଗୟା,ସାମ୍ବାଦିକ ରବି ରଥ,ବିଶିଷ୍ଟ ସମାଜସେବୀ ଗଗନ ଚନ୍ଦ୍ର ମଲ୍ଲିକ, ସତ୍ୟ ନାରାୟଣ ରାଓ,ପ୍ରଦୀପ କୁମାର ସାହୁ,ପ୍ରଣବ କୁମାର ପଣ୍ଡା,ରଜନୀକାନ୍ତ ମଣ୍ଡଳ, ସୁଷମା ପଣ୍ଡା,ଡ଼ଃ. ଶିବ ପ୍ରସାଦ ମିଶ୍ର,ପ୍ରଶାନ୍ତ କୁମାର ପଣ୍ଡା,ମାନସ ପାତ୍ର,ଏସ. ସlମ୍ବlଶିବା ରାଓl ବଂଶୀଧର ଭୂୟାଁ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କାମରାଜୁ ମହାରଣା, ରବି ନାରାୟଣ ମହାରଣା,ସନ୍ଦେଶ ଦାସ,ନାରାୟଣ ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ