କେନ୍ଦ୍ରାପଡାର ପୋଲିସ କନେଷ୍ଟବଳ ଅଭିଜିତ ଦାସ ଡିଜିପି ଡିସ ପୁରସ୍କାର ପାଇଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୋଲିସ କନେଷ୍ଟବଳ ଅଭିଜିତ ଦାସଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ମହାନିର୍ଦେଶକ ଅଭୟ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି । କନେଷ୍ଟବଳ ଶ୍ରୀ ଦାସ ଜଣେ ଦକ୍ଷ ଓ କର୍ମଠ ପୋଲିସ କର୍ମଚାରୀ ଭାବରେ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଥିବା ସୂଚନା ମିଳିଛି ।