ଜିଲ୍ଲାସ୍ତରୀୟ ୮୬ତମ ଓଡିଶା ଦିବସ ପାଳିତ
ଛତ୍ରପୁର, ,(ଦେବଦତ୍ତ ମହାରଣା): ସ୍ଥାନୀୟ ପ୍ଲବିକ୍ ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ୮୬ ତମ ଓଡିଶା ଦିବସ ପାଳିତ ହୋଇଯାଇଛି । ଆମେ ରାଜ୍ୟ ଓଡିଶା ଆମେ ଓଡିଆ । ଓଡିଶା ରାଜ୍ୟରେ ଓଡିଆମାନଙ୍କ ମାତୃପ୍ରେମୀ ମନଭାବ ଜାଗ୍ରତ କରି ନିଜକୁ ଗର୍ବିତ ମନେ କରିବା ହେଉଛି ଆଜିର ଦିବସ ପାଳନର ମୂଳଲକ୍ଷ୍ୟ । ଓଡିଆ ମାଟିର ମହାନ୍ ପୁରୁଷଙ୍କ ବଳିଦାନରେ ଉତ୍କଳକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ଏହି ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମର୍ମରେ କହିଛନ୍ତି । ମୁଖ୍ୟ ବକ୍ତାଭାବେ ଦକ୍ଷିଣାଞ୍ଚଳ ଉଚ୍ଚମାଧ୍ୟମିକ ଉପସଚିବ ଡ.କୁଳମଣି ଓଝା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗଦେଇ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ । ଏହିଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା କରିବା ସହ ପରିଚାଳନା କରିଥିଲେ ।


