ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଯୁବକ ଗିରଫ
ବ୍ରହ୍ମପୁର, (ଅନିଲ କୁମାର): ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଏନ୍. ଧର୍ମା ନାମକ ଜଣେ ଯୁବକକୁ ଗିରଫ କରିଛି । ନାବାଳିକାଙ୍କ ବାପା ଆଣିଥିବା ଅଭିଯୋଗ ଅନୁଯାୟୀ, ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚୁରା କରିବା ସହ ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ଼ କରିଛି । ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରି କେସ୍ ନଂ ୫୭/୨୧ ରେ ଧାରା ୩୭୬, ୩୨୩, ୩୦୭,୭୪/୬ ରେ ଶିଶୁ ଯୌନ ନିରୋଧ ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।


