ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ପୋଲିସ ଶୁକ୍ରବାର ଅପରାହ୍ନ ରେ କଙ୍କୋରଡ଼ା ଗ୍ରାମ ବ୍ରାହ୍ମଣସାହିରୁ ଜଣେ ଯୁବକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି l ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବାଳକୃଷ୍ଣପୁର ଗ୍ରାମର କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ l ପ୍ରକାଶ ଯେ କୃଷ୍ଣ କଙ୍କୋରଡ଼ା ଗ୍ରାମରେ ଏକ ଭଡ଼ା ଘର ବାହାର କରି ରହିଆସୁଥିଲେ l ପାଟପୁର ପୋଲିସ ଖବର ପାଈ କଙ୍କୋରଡା ଗ୍ରାମରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିବା ସହ ଥାନା ଅପମୃତ ମାମଲା ୦୮/୨୧ ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି l


