ନିକିରେଇ ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତରଂଜନ ଦାସ) : ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ନିକିରେଇ ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ନିକିରେଇ ଥାନା ଅନ୍ତର୍ଗତ ବାରୋ ପଞ୍ଚାୟତର ଇଟିପୁର ଗ୍ରାମର କୈଳାସ ଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁନନ୍ଦା ପ୍ରଧାନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚମାସ ୩୦ତାରିଖ ରାତି ପ୍ରାୟ ୧୨ଟା ସମୟରେ ଗ୍ରାମରେ ଦୋଳମେଲଣ ଚାଲିଥିବା ବେଳେ ସୁରେଶ ପ୍ରଧାନ ଓ ବାସୁଦେବ ପ୍ରଧାନ ପ୍ରଭୃତି ୪ଜଣ ହଠାତ ତାଙ୍କ ଘରେ ପହଁଚି ସାବଳରେ ତାଙ୍କ ଘର ମୁଖୟ କବାଟକୁ ଭାଙ୍ଗି ଘରଭିତରେ ପଶିଥିଲେ । ଘରଭିତରେ ଶୋଇଥିବା ତାଙ୍କ ଶାଶୁ, ଯାଆ ଓ ସ୍ୱାମୀ କୈଳାସଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ସାଙ୍ଘରେ ଆଣିଥିବା ମାରଣ।।ସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିସହିତ ତାଙ୍କ ଯାଆଙ୍କୁ ଅସଦ ବ୍ୟବହାର କରିବା ସହ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଘରେଥିବା ଆସବାବପତ୍ରକୁ ଫିଙ୍ଗାଫୋପଡା କରିବା ମଟରସାଇକେଲକୁ ଭାଙ୍ଗିଦେଇଥିବା ସହ ବହୁ ମୂଲ୍ୟବାନ ଜିନିଷ ଲୁଟକରିନେଇଥିବା ଅଭିଯୋଗ ହୋଇଛି । ସୁନନ୍ଦାଙ୍କ ସ୍ୱାମୀ କୈଳାସଙ୍କୁ ଜିଲ୍ଲା ମୁଖୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସୁନନ୍ଦା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ୩୦ତାରିଖ ରାତିରେ ସୁନନ୍ଦା ନକିରେଇ ଥାନାରେ ଲିଖିତ ଅଭିଯୋଗ କରିଥରଲେବି ଏପର୍ଯ୍ୟନ୍ତ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ