ଅଗସ୍ତିନୂଆଗାଁରେ ସତରଞ୍ଜି କାର୍ଯ୍ୟକ୍ରମ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଂଚୟତର ନୋଳିଅନୁଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଓଡିଶା ସରକାରଙ୍କ ନିର୍ଦ୍ଧେଶକ୍ରମେ “ସତରଞ୍ଜି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକର ଗୋଷ୍ଠି ଉନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଉଦଘାଟନ କରିଥିଲେ । ଏହି କାଯ୍ୟକ୍ରମର ଉଦେଶ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଠିକ ଭାବରେ ଲୋକଙ୍କ ନିକଟରେ ପହଂଚିପାରୁଛି କି ନାହିଁ ତାହା ଉପରେ ଜନସାଧାରଣଙ୍କ ନିକଟକୁ ଯାଇ ଜନ ସାଧାରଣଙ୍କ ସହ ଚଟାଣରେ ବସି ସବୁ ବିଭାଗର ଅଧିକାରୀ ଗଣ ସିଧାସଳଖ ଆଲୋଚନା କରିବେ ଏବଂ ଲୋକଙ୍କ ମତାମତ ନେଇ ପ୍ରକଳ୍ପ ଗୁଡିକୁ କିପରି ଭାବରେ ଆହୁରି ସରଲୀକରଣ ହୋଇପାରିବ ତା ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ କ୍ରୀଷ୍ଣା କୁମାରୀ ନନ୍ଦ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ, ଏମ.ଆଇ ନିଖିଲ ମୋହନ ବସ୍ତିଆ ,ଏ.ପି.ଓ ଅର୍ଚ୍ଚିତା ପାଣିଗ୍ରାହୀ ,ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା,ସରପଂଚ ପି.ସୀମାଦ୍ରୀ, ପଂଚାୟତ କାଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତସ୍ତରୀୟ ମହାସଂଘ ର ସି.ଆର.ପି ଟିକିନା ତରାଇ, ବ୍ୟାଙ୍କ ମିତ୍ର ସୁମିତ୍ରା ପଲେଇ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନେ ଏବଂ ଗ୍ରାମବାସୀ ଉପସ୍ଥିତ ରହି କାଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ