ଗଜପତିରେ ଆଦିବାସୀ ପୁଅ ଝିଅଙ୍କ ବିବାହର ନୂତନ ନିୟମାବଳୀକୁ ନେଇ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଦୁର୍ଗମ ଅଞ୍ଚଳ ରାଇପଙ୍କା ନିକଟ ମାନ୍ଦ୍ରାବାଜୁ ଗ୍ରମା ଠାରେ ଆଦିବାସୀ ପୁଅଝିଅଙ୍କ ବିବାହର ନୂତନ ନିୟମାବଳୀକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅବିନାଶ ୱେଗା ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ “କୁଇ” ସମ୍ପ୍ରଦାୟର ଜୀବନ ଧାରାରେ ଶୃଙ୍ଖଳା ଆଣିବା ପାଇଁ ପୁଅ ଝିଅଙ୍କ ବୟସ ସୀମା ୧୮ବର୍ଷରୁ ଉର୍ଦ୍ଧ ହେବା ଉଚିତ, ବିବାହ ନିବନ୍ଧ ସମୟ, ପୁଅ ଓ ଝିଅ ଗୃହ କରଣ କରି ପାରିବେ, ଗାଁ ଗହଳି ମାନଙ୍କରେ ଏସବୁ ପ୍ରସ୍ତାବ ହେବାରେ କୌଣସି ବ୍ୟତିକ୍ରମ ହେଲେ ପଦକ୍ଷେପ ନେବା, ନିଜ ବଂଶ ମଧ୍ୟରେ ପୁଅ ଝିଅ ବିବାହ ମନା ହେଲେ ତାଙ୍କ ପ୍ରତି ପଦକ୍ଷେପ ନିଆଯିବା ଆଦି ନିୟମାବଳୀ ସମ୍ପର୍କରେ ବୁଝାଯାଇଥିଲା । ସମିତି ସର୍କଲର କମିଟି ସଭ୍ୟ ବାଇସିଂ ମାଝୀ, ସିକିଲିମା କୁଇ ସଂଘରର ଶବାପତି ବାହା ମାଝୀ, ଗ୍ରାମ୍ୟ କୁଇ ସମିତି ସଭାପତି ଜୁନେଶ ମାଝୀ, ସର୍କଲ କମିଟି ସଦସ୍ୟ ମାନୁଏଲ ମାଜୀ, ଦାନ ମାଜୀ, ଭୀମ ମାଝୀ, ପବିତ୍ର ମାଝୀ, ପାଉଲ ମାଝୀ, ପିତର ମାଝୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ