ନୀଳମଣି ଙ୍କୁ ବିପୁଳ ସମ୍ବର୍ଦ୍ଧନା
ସୋରଡା ରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନୀଳମଣି ବିଷୋୟୀ ଙ୍କୁ ଆଜି ବିପୁଳ ସମ୍ବର୍ଦ୍ଧନା ମିଳିଛି। ହଜାର ହଜାର ଦଳୀୟ ସମର୍ଥକ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବାହରି ନୀଳମଣି ଙ୍କୁ ସ୍ଵାଗତ କରିଥିଲେ। ୨୦୦୯ ମସିହା ପରେ ପ୍ରଥମ ଥର ପାଇଁ ପୁଣିଥରେ ନିର୍ବାଚନ ମଇଦାନ ରେ ନୀଳମଣି ବିଷୋୟୀ ଙ୍କୁ ଦେଖିବାକୁ ମିଳିଥିଲା। ୨୦୦୯ ମସିହା ରେ ନୀଳମଣି କଂଗ୍ରେସ ରୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ତରଫରୁ ନୀଳମଣି କୁ ଅବହେଳା କରାଯାଇ ଟିକେଟ ଦିଆନଯାଇ ସୟଦ ମୁବାରକ ଙ୍କୁ ଟିକେଟ ଦିଆଯାଇଥିଲା ଫଳରେ ନୀଳମଣି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ୨୦୦୯ ନିର୍ବାଚନ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ସେ ଶାସକ ଦଳ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କୁ କଡା ଟକ୍କର ଦେବା ସହ ପ୍ରାୟ ୩୦୦୦ ଭୋଟରେ ପରାଜିତ ହୋଇଥିଲେ। ୨୦୦୯ ମସିହା ପରେ ପୁଣିଥରେ ୨୦୧୯ ରେ ପୁରୁଣା ପ୍ରତିଦ୍ଵନ୍ଦୀ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି। ହେଲେ ଏବେ କିନ୍ତୁ ସ୍ଵାଧୀନ ନୁହେ ଭାରତୀୟ ଜନତା ପାର୍ଟି ନୀଳମଣି କୁ ଟିକେଟ ଦେଇଛି। ନୀଳମଣି କୁ ଟିକେଟ ମିଲିବା ପରେ ଆଜି ସେ ସୋରଡା ଆସିଥିଲେ। କଣ୍ଟେଇପଲୀ ଠାରେ ନୀଳମଣି କୁ ସ୍ଵାଗତ କରାଯିବା ସହ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ସୋରଡା ଅସସିଥିଲେ ସମର୍ଥକ ବୃନ୍ଦ। ସୋରଡା ରେ ପ୍ରଭୁ ପଂଚାନନ ସ୍ଵାମୀଙ୍କ ଦର୍ଶନ ପରେ ଶ୍ରୀ ଶ୍ରୀ ପଂଚାନନ କାମ୍ୟଦଣ୍ଡ(ବଡପୁଞ୍ଜା) ମା କାଳୀଙ୍କ ଦର୍ଶନ ସାରି ଶୋଭାଯାତ୍ରା ସହର ମଧ୍ୟ କୁ ପ୍ରବେଶ କରିଥିଲା। ୧୦ ବର୍ଷ ପରେ ପୁଣିଥର ନିର୍ବାଚନ ମଇଦାନ ରେ ନିଜ ପସନ୍ଦିତ ପ୍ରାର୍ଥୀ କୁ ଦେଖି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ଟି ସହର ପରିକ୍ରମା କରିବା ପରେ ବଡଗଡ ରେ ପହଞ୍ଚିଥିଲା। ମା ଘୁଙ୍ଗୀ ଙ୍କ ମନ୍ଦିର ରେ ବଡଗଡ ଗ୍ରାମବାସୀ ସ୍ଵାଗତ କରିଥିଲେ। ନୀଳମଣି ଙ୍କ ଏହି ବାଇକ ଶୋଭାଯାତ୍ରା ରେ ପ୍ରାୟ ୨୦୦୦ ବାଇକ ରେ ପାଖ ପାଖି ୪୦୦୦ ରୁ ଉର୍ଦ୍ଧ ଦଳୀୟ କର୍ମୀ ଓ ସମର୍ଥକ ମାନେ ସାମିଲ ଥିବା ଦେଖିବାକୁ ମିଳିଥିଲା।


