ଅଗ୍ନି କାଣ୍ଡରେ ଘର ଜଳିଗଲା, ଅଳ୍ପକେ ବର୍ତିଲା ଶିଶୁ
ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣିସ୍ଥିତ ଅଟାଚକି ନିକଟରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଘର ପୋଡିଯାଇଛି । ଖବର ନେବାରୁ ଜଣାପଡିଛି ଯେ ସୁଶିଲ ଚନ୍ଦ୍ର ମହାନ୍ତିଙ୍କ ଭଡା ଘରେ ବାବୁଲା କୁମାର ପାତ୍ର, ତାଙ୍କ ସ୍ତ୍ରୀ କୁନିରାଣୀ ପାତ୍ର ଓ ୫ ବର୍ଷର ପୁଅ ସହିତ ରହୁଥିଲେ । ରବିବାର ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ବାବୁଲା କୁମାର ପାତ୍ର ମାର୍କେଟକୁ ଯାଇଥିବା ବେଳେ କୌଣସି କାରଣରୁ ଘରେ ନିଆ ଲାଗି ଯାଇଥିଲା । ନିଆ ଏତେ ମାତ୍ରାରେ ଲାଗିଥିଲା ଯେ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡି ଭଷ୍ମିଭୂତ ହୋଇ ଯାଇଥିଲା । ବାବୁଲାଙ୍କ ସ୍ତ୍ରୀ କୁନିରାଣୀ ପୁଅକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏ ନେଇ ଘର ମାଲିକ ବିଲେଇପଦା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳକୁ ଦମକଳ ଗାଡି ପହଂଚି ନିଆକୁ ଆୟତ କରିଥିଲା । ତେବେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ସହ ଘର ପୋଡି ଯାଇଥିବା ଘର ମାଲିକ ସୁଶିଲ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ ।


