ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ : ବଲିଉଡ୍ କୁଇନ୍ ଦୀପିକା ପାଦୁକାନ ନିଜ ଅଭିନୟ ପାଇଁ ବେଶ୍ ପରିଚିତ । ଏହା ସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଭାରତ୍ କି ଲକ୍ଷ୍ମୀ’ ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିଛି । କେବଳ ଦୀପିକା ନୁହେଁ ଏଥିରେ ଟେନିସ୍ କୁଇନ୍ ପିଭି ସିନ୍ଧୁ ମଧ୍ୟ ନଜର ଆସିଛନ୍ତି । ଏହାର ଏକ ଭିଡିଓକୁ ମୋଦିଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଉକ୍ତ ଭିଡିଓରେ ଦୀପିକା ଓ ସିନ୍ଧୁ ସମାଜସେବୀ ସିନ୍ଧୁତାଇ ସକ୍ରାଲଙ୍କ ଉପରେ କହୁଛନ୍ତି । ସେମାନେ କହୁଛନ୍ତି, ଜଣେ ଲକ୍ଷ୍ମୀ ଘରେ ସୁଖ ଓ ସମୃଦ୍ଧି ଆଣିଥାଏ । ହେଲେ ସିନ୍ଧୁତାଇଙ୍କ ଭଳି ଲକ୍ଷ୍ମୀ ସାରା ଦେଶର ନାଁ ଗର୍ବିତ କରନ୍ତି । ତେଣୁ ଏଥରର ଦୀପାବଳି ଏମିତି ଲକ୍ଷ୍ମୀଙ୍କ ନାଁରେ ପାଳନ କରିବା ଉଚିତ୍ । ଏହି ଭିଡିଓକୁ ଦେଖିବା ପରେ ମୋଦି ଦୀପିକା ଓ ସିନ୍ଧୁଙ୍କ ପ୍ରଶଂସା କରିଛନ୍ତି । କେବଳ ସେତିକି ନୁହେଁ ମୋଦି ଆହୁରି ମଧ୍ୟ ଅପିଲ କରିଛନ୍ତି ।


