ଉମିଦ ସଂଗଠନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ପଞ୍ଚାୟତ ଆମ୍ବଗଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବିଶ୍ୱନାଥ ବିଶ୍ୱାଳ ଓ ସୂର୍ଯ୍ୟମଣୀ ବିଶ୍ୱାଳଙ୍କ ବାସଗୃହ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ପଞ୍ଚାୟତ ପକ୍ଷରୁ ଦୁଇ ପରିବାର ବର୍ଗଙ୍କୁ ସ୍ଥାନୀୟ ସ୍କୁଲ ଘର ଠାରେ ଆଶ୍ରୟ ଦିଆଯାଇଥିବାବେଳେ ସେମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଏଭଳି ବିପଦ ସମୟରେ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାର ପକ୍ଷରୁ ସଦସ୍ୟମାନେ ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଛନ୍ତି । ଏହା ସହିତ ସକ୍ଷମ ଅନୁଯାୟୀ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବାବେଳେ ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଛନ୍ତି । ସଭାପତି ଅକ୍ଷୟ ସାହୁଙ୍କ ପରାମର୍ଶ କ୍ରମେ ସମ୍ପାଦକ ରାଜେଶ ବାରିକ, ସଦସ୍ୟ ପ୍ରଣୟ ସାମଲ, ଉମେଶ ସ୍ୱାଇଁ, ଦେବେଶ ସାମଲ, ରାଜକିଶୋର ଜେନା, ଯୁଗଧର୍ମ ବେହେରା, ଜ୍ୟୋତିଶଙ୍କର ପଣ୍ଡା, ନାଗେଶ୍ୱର ବେହେରା ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ