ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଜୁ ଛାତ୍ର ଜନତାର ବୈଠକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଛାତ୍ରଶକ୍ତି ମହାଶକ୍ତି । ମୟୂରଭଂଜ ୨-ବିଜୁ ଛାତ୍ର ଜନତାର ଏକ କରନ୍ତି ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ବିଜୁ ଛାତ୍ର ଜନତାର ଉପସଭାପତି ଅଭିଷେକ ପଟ୍ଟନାୟକ । ଏଥିରେ ରାଇରଙ୍ଗପୁର ବ୍ଳକ ସମେତ ପୌରାଞ୍ଚଳର ବହୁ ନବ ଆଗନ୍ତୁକ ଏବଂ ପୁରାତନ ଛାତ୍ର ଯୋଗ ଦେଇଥିଲେ ।ଏହି କର୍ମି ସମ୍ମିଳନୀରେ ପୂର୍ବତନ ଛାତ୍ର ନେତା ଏବଂ କର୍ମି ମାନଙ୍କୁ ଆଗାମି ଦିନରେ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପୁରାତନ ଛାତ୍ର ନେତାଙ୍କ ମାର୍ଗ ଦର୍ଶନ ଏବଂ ପ୍ରେରଣାରେ ଛାତ୍ର ସଂଗଠନ ଆଗକୁ ମାଡି ମାଡି ଚାଲିବ । ତଦସହ ଡାକ୍ତରଖାନାରେ ରକ୍ତସଂକଟରେ ପଡ଼ିଥିବା ଯେକୌଣସି ରୋଗୀକୁ ଯେକୌଣସି ମୁହୁର୍ତ୍ତରେ ରକ୍ତ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା ।ପରେ ଛାତ୍ର ସଂଗଠନର ନୂତନ ସଭ୍ୟ ସଂଗ୍ରହ, ଛାତ୍ରଛାତ୍ରୀ ମାନଙ୍କୁ ଅସୁବିଧାରେ ସାହାଯ୍ୟ କରିବା,ଛାତ୍ର ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସତ୍ୟଜିତ ମାଠିଆ,, ସଂପାଦକ ବିପୁଳ ଶର୍ମା, ପୂର୍ବତନ ରାଜ୍ୟ ଛବିଜୁ ଛାତ୍ର ଜନତା ସଂପାଦକ ହାଜିର୍ ହୁସେନ, ରାଇରଙ୍ଗପୁର ବ୍ଳକ ବିଜୁ ଛାତ୍ର ଜନତା ସଭାପତି ଅଭିମନ୍ୟୁ,ସୌମିକକାନୁନଗୋ,ଆଝାର,ମୋହିତ,ଅଭିଷେକ,ଆର୍ଯ୍ୟ,ଲିଲୁ,,ଯୁବ ସଂପାଦକ ଆହ୍ବାନ ପଟ୍ଟନାୟକ, ଛୋଟରାୟ ମୁର୍ମୁ,କିଷାନ ପରିଡ଼ା,ଅଂଶୁମାନ ଆଚାର୍ଯ୍ୟ,ରୁଦ୍ର ଗୌତମ ପାଲବାବୁଙ୍କ ସମେତ ବହୁ ଛାତ୍ର ଯୋଗ ଦେଇ ଆଗାମି ଦିନରେ ଛାତ୍ର ସଂଗଠନକୁ କିଭଳି ସାମାଜିକ କାମରେ ନିୟୋଜିତ କରିବା ସହ ସଂଗଠନକୁ ମଜଭୁତ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ ।