କୁଚେଇବୁଢି ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ ଉଦ୍ୟମ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନଂ ପାର୍ଶ୍ବ କଚେଇବୁଢି ହନୁମାନ ମନ୍ଦିରରେ ଶନିବାର ରାତିରେ ମୁଖ କବାଟ ତାଲାକୁ ଆରିରେ କାଟି ଲୁଟ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ଘଟଣାରୁ ଯାହା ଜଣାପଡ଼ୁଛି ଲୁଟ ଉଦ୍ୟମ ସମୟରେ କାହାରିକୁ ଦେଖି କିମ୍ବା ରାସ୍ତାରେ ପୋଲିସ୍ ପେଟ୍ରୋଲିଂ ଗାଡ଼ି ଶବ୍ଦ ଶୁଣି ପ୍ରାଣ ବିକଳରେ ଖସି ପଳାଉଥିବା ସମୟରେ କିଛି ଧାରୁଆ ଅସ୍ତ୍ରରେ ବାଜି ଯାଇଥିବ। ଚଟାଣରେ ରକ୍ତ ଥୋପା ଥୋପା ପଡିଥିଲା ।କିଛି ଧାରୁଆ ଜିନିଷ ଦୁବୃର୍ତ୍ତଙ୍କ ଦେହରେ ବାଜିଥିଲା ଯାହାଫଳରେ ଦୁବୃର୍ତ୍ତ କ୍ଷତାକ୍ତ ହୋଇ ପ୍ରାଣ ବିକଳରେ ଜୀବନକୁ ବଂଚାଇବାକୁ ଯାଇ ଗ୍ରିଲ ଡେଇଁ ପଳାଇଯାଇଥିଲା । ଘଟଣା ନେଇ କେହି ଥାନାରେ ଲିଖିତ ଅଭିଯୋଗ କରି ନାହାନ୍ତି । ମନ୍ଦିରରୁ ସେମିତି କିଛି ଠାକୁରଙ୍କ ସାମାନ ଓ ଟଙ୍କା ଲୁଟ୍ ହୋଇନାହିଁ ।ତଥାପି ପୋଲିସ କଡ଼ା ନଜର ରଖିଛି ।