ରାଫେଲ୍ ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ଲାଞ୍ଚ ଦିଆଯାଇଛି

ଦାବି ଭିତ୍ତିହୀନ କହିଲା ବିଜେପି

ନୂଆଦିଲ୍ଲୀ ( ‌ୱାଇଏନ୍‌ଏସ୍‌) : ଫ୍ରାନ୍ସର ବିମାନ ନିର୍ମାତା ଡାସଲ୍ଟ କମ୍ପାନି ଭାରତ ସହ ନିଜର ଲଢୁଆ ରାଫେଲ୍‌ ବିମାନ କିଣାବିକା ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ ଦେଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତ-ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ରାଜିନାମା ସ୍ବାକ୍ଷରିତ ହେଲା ପରେ କମ୍ପାନି ଏହି ଲାଞ୍ଚ କାରବାର କରିଛି ବୋଲି ଦେଶର ଦୁର୍ନୀତି ନିବାରଣ ସଂସ୍ଥାର ତଦନ୍ତ ଭିତ୍ତିରେ ଫ୍ରାନ୍ସର ଅନଲାଇନ୍‌ ଜର୍ଣ୍ଣାଲ ‘ମିଡିଆପାର୍ଟ’ରେ ପ୍ରକାଶିତ ହୋଇଛି। ସୂଚନା ଥାଉ କି, ଡାସଲ୍ଟ କମ୍ପାନିର ବାର୍ଷିକ ଆୟବ୍ୟୟ ତନଖିବା ବେଳେ ଫ୍ରାନ୍ସର ଦୁର୍ନୀତି ନିବାରଣ ସଂସ୍ଥା ଏଜେନ୍ସ ଫ୍ରାଙ୍କାଇସ୍‌ ଆଣ୍ଟିକରପ୍ସନ(ଏଏଫ୍‌ଏ) କମ୍ପାନିର ୨୦୧୭ ମସିହା ଖର୍ଚ୍ଚରେ ‘ଗ୍ରାହକଙ୍କୁ ଉପହାର’ ଦର୍ଶାଇ ୫୦୮,୯୨୫ ୟୁରୋ ଖର୍ଚ୍ଚ କରାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ରାଫେଲ୍‌ର ୫୦ଟି ଡମି ମଡେଲ୍‌ ପାଇଁ ଗୋଟିକୁ ୨୦ ହଜାର ୟୁରୋରୁ ସାମାନ୍ୟ ଅଧିକ ଦରରେ ମୋଟ ୧,୦୧୭,୮୫୦ ୟୁରୋ ପାଉଣାର ୫୦ ପ୍ରତିଶତ ଏପରି ଦିଆଯାଇଛି ବୋଲି କମ୍ପାନି ସଫେଇ ଦେଇଥିଲା। ଏଠାରେ ଉଲ୍ଲେଯୋଗ୍ୟ, ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣାରେ ଲାଞ୍ଚ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଡେଫସିଜ୍‌ ସଲ୍ୟୁସନ୍‌ସର ସୁସେନ ଗୁପ୍ତାଙ୍କୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ