କବିସୂର୍ଯ୍ୟ ବିଦ୍ୟାପୀଠ ରେ ଆଲୋଚନା ସଭା ଖେଳପଡିଆ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ର ବିକାଶ ପାଇଁ ନିଷ୍ପତ୍ତି

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ବିଦ୍ୟାପୀଠ ପରିସରରେ ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟି ସଭାପତି ରଞ୍ଜନ ପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ରେ ଖେଳପଡିଆ ନଥିବା ବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ନିମନ୍ତେ ଗତ ପ୍ରାୟ ୧୦ ବର୍ଷ ହେଲା ସରକାରୀ ସହାୟତା ମିଳିନଥିବା ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବହୁ ପୁରାତନ ବିଦ୍ୟାଳୟ ର ଉନ୍ନତି କଳ୍ପେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଘରୋଇ ପରିଚାଳନାଧିନ ବିଦ୍ୟାଳୟ ଭଳି ଏହି ସରକାରୀ ବିଦ୍ୟାଳୟ ରେ ଛାତ୍ରୀ ଛାତ୍ର ମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଶିକ୍ଷା ପଦ୍ଧତି ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉ ଥିଲେ ସୁଦ୍ଧା ସରକାରୀ ସ୍ତରରେ ଏଯାବତ୍ କୌଣସି ପ୍ରକାର ସରକାରୀ ଅର୍ଥରାଶି ପ୍ରଦାନ କରାଯାଇନଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଆଇନଜୀବୀ ତଥା ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ର ଏହି ସଭାରେ ଯୋଗଦେଇ ବିଦ୍ୟାଳୟ ର ସର୍ବବିଧ ବିକାଶ ସାଙ୍ଗକୁ ଛାତ୍ରୀ ଛାତ୍ର ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଦାୟିତ୍ବବାନ ଭୂମିକା ଗ୍ରହଣ କରିଥିବା ପରିଚାଳନା କମିଟି ସଭାପତି ଏବଂ ସଦସ୍ୟା ସଦସ୍ୟ ସର୍ବୋପରି ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଟ୍ଟନାୟକ,ସହକାରୀ ଶିକ୍ଷୟତ୍ରୀ ଅରୁନ୍ଧତୀ ପାଣିଗ୍ରାହୀ,ଶୁଭଶ୍ରୀ ଦେବୀ ଙ୍କ ବଳିଷ୍ଠ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତାରା ପ୍ରସାଦ ପଟ୍ଟନାୟକ,ସୁରେଶ ପାତ୍ର, ଅର୍ଦ୍ଦୁ ଘନ ଙ୍କ ସମେତ ବହୁ ସଂଖ୍ୟକ ଅଭିଭାବକ ସଭାରେ ଉପସ୍ଥିତ ଥିଲେ। ସଭା ପୂର୍ବରୁ ଦିଗପହଣ୍ଡି ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ,ଆଞ୍ଚଳିକ ଶିକ୍ଷା ସାଧନ ସଂଯୋଜକ ଉପେନ୍ଦ୍ର କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରଣୀତ ବିଭିନ୍ନ ଛାତ୍ର କଲ୍ୟାଣ ଯୋଜନା ଏବଂ ବିଦ୍ୟାଳୟ ର ଉନ୍ନତି କଳ୍ପେ ସରକାରୀ ସହାୟତା ସମ୍ପର୍କବିସ୍ତୃତ ଆଲୋଚନା କରିବାସହ ସହଯୋଗ ତାଲିମ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ସଦସ୍ୟା ସଦସ୍ୟ ମାନଙ୍କୁ ସଚେତନ କରିଥିଲେ। ପରେ ପରିଚାଳନା ଓ ବିଦ୍ୟାଳୟର ସାମୁହିକ ବିକାଶ ଦିଗରେ ରହିଥିବା ବିଭିନ୍ନ ଗାଇଡ ଲାଇନ୍ ସମ୍ପର୍କରେ ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ