ଭାରତରେ ୨୪ ଘଣ୍ଟାରେ ୧ ଲକ୍ଷ ୪୫ ହଜାର ପଜିଟିଭ, ୭୯୪ ମୃତ

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବାଧିକ ୧,୪୫,୩୮୪ ଜଣ ବ୍ୟକ୍ତି ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭୯୪ ଜଣ ପ୍ରାଣ ହରାଇଛନ୍ତି ।ଯାହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୨,୦୫,୯୨୬ ରେ ପହଞ୍ଚିଥିବା ବେଳେ ୧,୬୮,୪୩୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏପର‌୍ୟ୍ୟନ୍ତ ୧,୧୯,୯୦,୮୫୯ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ