ରାଜ୍ୟରେ ୧୩୭୪ ପଜିଟିଭ ଚିହ୍ନଟ,୨ ଜଣଙ୍କର ମୃତ୍ୟୁ : ଗଞ୍ଜାମରୁ ୨୦

ଭୁବନେଶ୍ୱର (‌ୱାଇଏନ୍‌ଏସ୍‌): ଗତ ୨୪ ଘଣ୍ଟାରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୩୭୪ ଜଣଙ୍କ ମଧ୍ୟରୁ ୮୧୨ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୬୨ଟି ହେଉଛି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଚିହ୍ନଟ ହୋଇଛନ୍ତି।ଅନୁଗୋଳ ଜିଲ୍ଲାରୁ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭, ବରଗଡ଼ରୁ ୫୯, ଭଦ୍ରକରୁ ୩୦, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳ ୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୯, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୫୨, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨୪, କୋରାପୁଟରୁ ୮, ମୟୂରଭଞ୍ଜରୁ ୨୬, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୩, ପୁରୀରୁ ୪୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୭୭ ଓ ସୋନପୁରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି। ୧୩୭୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୧୮୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୩୯,୨୦୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭୦୦୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି। ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ବଲାଙ୍ଗୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ କେନ୍ଦ୍ରାପଡ଼ାରେ ଏହି ସଂଖ୍ୟା ୨୯ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ