ଦିଗପହଣ୍ଡି କୋର୍ଟରେ ଜାତୀୟ ଲୋକ ଅଦାଲତ ; ୨୫ ମାମଲା ଫଇସଲା  

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି କୋର୍ଟ ପରିସରରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତ ର ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ୬ ଟି ଦେୱାନି ମାମଲା ଏବଂ ୧୯ ଟି ଫୋୖଜଦାରୀ ମାମଲାର ଚୂଡାନ୍ତ ଫଇସଲା କରିଥିବା ଜଣାପଡିଛି। ସରକାରୀ ଓକିଲ ନକୁଳ ପ୍ରଧାନ,ଆଇନଜୀବି ଅଶେଷ ନାଥ ମିଶ୍ର, ପରେଶ ଚନ୍ଦ୍ର ରଥ,ଗିରିଜା ନନ୍ଦନ ମେକାପ, ପ୍ରିୟ ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ପ୍ରଧାନ,ରତ୍ନାକର ମେକାପ, ରସାନନ୍ଦ ରାଉତ,ମଞ୍ଜୁଳା ଲେଙ୍କା, କିଶୋର ଚନ୍ଦ୍ର ଗୌଡ ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବି ଉପସ୍ଥିତ ଥିଲେ। କୋର୍ଟ କର୍ମଚାରୀ ଭିକାରୀ ବେହେରା,ନୃସିଂହ ଚରଣ ଦାସ,ରଞ୍ଜିତ କୁମାର ବେହେରା,ଶିବ ଶଙ୍କର ମହାରଣା, ଅଞ୍ଜଳି ମହାରଣା,ନିକିତା ନାୟକ,ପୂର୍ଣ୍ଣଚନ୍ଦ୍ର ପାତ୍ର,କାଳିଆ ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ