ସ୍କୁଲରେ ପିଲା‌ଙ୍କୁ ମିଳିବ ଜାତି ପ୍ରମାଣ ପତ୍ର

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର । ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ । ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ । ସାର୍ଟିଫିକେଟ ବଣ୍ଟନ ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ । ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ