ଗଜପତି ଜିଲ୍ଲାରେ ପ୍ରବେଶକୁ ନେଇ କଟକଣା : ନାକା ପଏଣ୍ଟରେ ଦେଖାଇବାକୁ ହେବ ପ୍ରମାଣ ପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନା ଭୂତାଣୁ ୨ୟ ଲହରୀ ର ଅପ୍ରତ୍ୟାଶିତ ବୃଦ୍ଧି ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରବେଶକୁ ନେଇ କଟକଣା ଜାରୀ କରିଛି । ଏନେଇ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦିଆଯାଇଛି ଯେ, ଜିଲ୍ଲାର ବିଭିନ୍ନ ନାକା ପଏଣ୍ଟ ଗୁଡିକ ମଧ୍ୟରୁ ବିଭିନ୍ନ ରାଦ୍ୟ ତଥା ବାହାର ଜିଲ୍ଲାରୁ ଆସୁଥିବା ଜନସାଧାରଣ ମାନଙ୍କୁ ଅନୁରେଧ କରାଯାଇଛି ଯେ, ଗଜପତି ଜିଲ୍ଲାରେ ପ୍ରବେଶ ସମୟରେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟିପିସିଆର୍ ନେଗେଟିଭ୍ କିମ୍ବା କରୋନାଟୀକା ଦ୍ୱିତୀୟ ଡୋଜ୍ ନେଇଥିବା ବ୍ୟକ୍ତି ମାନେ ପ୍ରମାଣ ପତ୍ର ଉପସ୍ଥାପନ କରିବାକୁ ବାଧ୍ୟତା ମୁଳକ କରାଯାଇଛି । ଦସ୍ତାବିଡ ନଥିବା କୌଣସି ଲୋକଙ୍କୁ ଉକ୍ତ ନାକା ପଏଣ୍ଟ ଗୁଡିକ ପକ୍ଷରୁ ଜିଲ୍ଲାରେ ପ୍ରବେଶ ପାଇଁ ଅନୁମତି ଦେବେ ନାହିଁ । ଉକ୍ତ ପ୍ରମାଣ ପ୍ତର ନଥିବା ବ୍ୟକ୍ତିଙ୍କୁ ବାଧ୍ୟତା ମୂଳକ ଭାବେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ ବା ସାମୂହିକ କ୍ୱାରେଣ୍ଟାଇନ ମଧ୍ୟରେ ରହିବାକୁ ପଡିବ ବୋଲି ସୂଚାଇ ଦିଆଯାଇଛି । ଯଦି ଏହି ନୀୟମକୁ କେହି ଖିଲାପ କରେ ତେବେ ପ୍ରଚଳିତ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କୁହା ଯାଇଛି ।