ଶିକ୍ଷକଙ୍କୁ ରାଧା ମୋହନ ଗଡ଼ନାୟକ ସମ୍ମାନ

ଚିକିଟି (କୁରେଶୁ ସାହୁ): ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ନବୋଦୟ ବିଦ୍ୟାଳୟ(ଓଡ଼ିଆ ଶିକ୍ଷକ) ,ଜିଲ୍ଲା- ଗଜପତି , ପିତା ‌ସ୍ୱର୍ଗତ ଲକ୍ଷ୍ମୀ ନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ ପୁତ୍ର ଶ୍ରୀ ଡମ୍ବରୁଧର ବେହେରାଙ୍କୁ ଶିକ୍ଷକତା ତଥା କବି ପ୍ରତିଭା ପାଇଁ ମିଳିଛି ବି‌ଶ୍ୱର ଆଶା ମର୍ଯ୍ୟାଦାଜନକ ଇଣ୍ଟରନେସନାଲ ଆମ୍ବାସଡର ଅଫ ପିସ୍ ସମ୍ମାନ। ୱର୍ଲ୍ଡ ଲିଟେରାରୀ ଫୋରମ ଫାର ପିସ ଆଣ୍ଡ ହ୍ୟୁମାନ ରାଇଟ୍ସ ,ଭୁଟାନ ସଂସ୍ଥାର ପ୍ରତିଷ୍ଠାତା, ଡ଼. ସନ୍ତୋଷ କୁମାର ମିଶ୍ର ଏବଂ ବିଶ୍ୱ ଶାନ୍ତି ସାହିତ୍ୟ ସଂସଦ ପ୍ରତିଷ୍ଠାତା ସହଦେବ ବେହେରାଙ୍କ ତରଫରୁ ଏହି ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି।ଏଥିପାଇଁ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟୁଛି।ଚଳିତ ମାସରେ ଚଳିତ ବର୍ଷର ଆମ ଓଡ଼ିଶାର ରାଧାମୋହନ ଗଡ଼ନାୟକ ସାହିତ୍ୟ ଅନୁଷ୍ଠାନ,ଅନୁଗୋଳ ତରଫରୁ ୨୦୨୦ ମସିଆର “ରାଧାମୋହନ ଗଡ଼ନାୟକ ସମ୍ମାନ” ଏବଂ ରାଧାମୋହନ ଗଡ଼ନାୟକ ନବପର୍ବ ସମ୍ମାନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀମାନ ସଂଗ୍ରାମ କେଶରୀ ପୃଷ୍ଠିଙ୍କ କର କମଳରେ ପ୍ରଦାନ କରାଯାଇଛି।ଏହି ଅବସରରେ ଶ୍ରୀ ବେହେରା ଙ୍କ ସ୍ବରଚିତ କବିତା ପୁସ୍ତକ ” ସ୍ଵୟଂ ସିଦ୍ଧା ” ର ଉନ୍ମୋଚନ ହେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସଭାପତି ଶ୍ରୀ ଚତୃଭୂଜ ସାହୁ ତଥା ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ରଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ