ଜିଲ୍ଲାପାଳଙ୍କ ବୁଗୁଡାରେ ସମୀକ୍ଷା ବୈଠକ

କାଷ୍ଠ କୋଣାର୍କ ଦେଖି ବିମୋହିତ ଜିଲ୍ଲାପାଳ

ବୁଗୁଡା(ଅନିଲ କୁମାର): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏପ୍ରିଲ ୧୨ ତାରିଖ ଦିନ ବୁଗୁଡା ଗସ୍ତରେ ଆସି ସମୀକ୍ଷା ବୈଠକରେ ଯୋଗଦେବା ସହ ବୁଗୁଡାର ପ୍ରସିଦ୍ଧ କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପ୍ରଦର୍ଶନ କରି କାଠର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଯାଇଥିଲେ। ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ଙ୍କ ସମେତ ପୂର୍ତ୍ତବିଭାଗ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାନୀୟଜଳ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପାନୀୟଜଳ ସମସ୍ୟା ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ବୁଗୁଡା ଏନଏସିରେ ଆଉ ଦୁଇଟି ଓଭର ହେଡ ଟାଙ୍କି ସ୍ଥାପନ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା ପ୍ରକାଶ କରିଥିଲେ। ମାଣିତରା ପାଞ୍ଚାୟତରେ ନିର୍ମାଣ ହେବାକୁ ଥିବା ଡ଼ମ୍ପୟାର୍ଡ ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ବିରଞ୍ଚିପୁର-ମାଣିତରା-ଜିରାବାଡି ପୂର୍ତ୍ତବିଭାଗର ୧୮.୩ କିମି ରାସ୍ତା ନିର୍ମାଣ ପାଇଁ ୨୨ କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ପ୍ରକାଶ କରିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାଲିପଦର ବନ୍ଧର ପଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟୁତ ଯେପରି କଟିବ ନାହିଁ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକ ପରେ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ କାଠର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇ ଯାଇଥିଲେ। ମନ୍ଦିର ଓ ମନ୍ଦିର ପାର୍ଶ୍ୱ ଅଞ୍ଚଳର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକାରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ