ବାରୋ ପଞ୍ଚାୟତର ମନରେଗା ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପ୍ତମ ଦିନରେ ଗଣଧାରଣା : ସମର୍ଥନ କଲା ସିପିଆଇ ଓ ସିପିଆଇଏମ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଗଣଧାରଣା ଆଜି ସପ୍ତମ ଦିନରେ ପହଁଚିଛି । ସେହି ଗଣଧାରଣାକୁ ସି.ପି.ଆଇ. ଓ ସି.ପି.ଆଇ.(ଏମ) ସମର୍ଥନ କରି ଦଳର କର୍ମକର୍ତ୍ତାମାନେ ଧାରଣାସ୍ଥଳରେ ବସିଥିବା ଦେଖାଯାଇଥିଲା । କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ପ୍ରାପ୍ତ ତଥ୍ୟ ଅନୁଯାଇ ବ୍ଲକର ବିଡିଓଙ୍କ ନିର୍ଦେଶରେ ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଇଓ ଏବଂ ଏପିଓ ମିଳିତ ଭାବେ ପ୍ରଦାନ କରିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବାରୋ ନବଦୋୟ ବିଦ୍ୟାଳୟ ପରିସରରେ ହୋଇଥିବା ମନରେଗା ପ୍ରକଳ୍ପ କର୍ଯ୍ୟରେ ବହୁ ବେଆଇନ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ ରହିଛି । କିନ୍ତୁ ଅଦ୍ୟାବଧି ସେହି ରିପୋର୍ଟ ଉପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାବ୍ୟତିତ ସେହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଆସୁଛି । ବାରୋ ପଞ୍ଚାୟତରେ ହୋଇଥିବା ସମସ୍ତ ଦୁର୍ନୀତିର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, ବାବାଜୀ ଧଳ, ଆଦିକନ୍ଦ ରାଉଳ ପ୍ରମୁଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ