ଗଞ୍ଜାମ ଜିଲାରେ ଦଣ୍ଡ ଓ ମେରୁ ଯାତ୍ରା ଉଦଯାପିତ
ଗଞ୍ଜାମ, (ୱାଇଏନଏସ୍):ଗଞ୍ଜାମ ଜିଲାରେ ଦଣ୍ଡ ଓ ମେରୁ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କେଉଁଠି ୨୧ ଦିନ ଧରି, କେଉଁଠି୧୮ ଦିନ ଓ ଅନ୍ୟ କେଉଁଠି ୧୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରାୟ ୫୦ଟି ଦଣ୍ଡ ଯାତ୍ରା ଗତକାଲି ମାସନ୍ତ ମେରୁ ଉତ୍ସବରେ ଉଦଯାପିତ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଜି ମେରୁ ଉତ୍ସବ ପାଳନ ସହ ଉଦଯାପିତ ହୋଇଯାଇଛି । ପ୍ରଶାସନର କୋଭିଡ଼୍ କଟକଣା ନିୟମ ମାନି ଜିଲ୍ଲାରେ ଏସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ଦଣ୍ଡ ଓ ମେରୁ ଯାତ୍ରା ।


