ଜାଗୁଆର ଲ୍ୟାଣ୍ଡ ରୋଭର ମୂଲ୍ୟରେ ୪% ବୃଦ୍ଧି

ମୁମ୍ବାଇ (ଏଜେନ୍ସି): ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ମୂଲ୍ୟରେ ଚଳିତ ଏପ୍ରିଲ୍ ୧ ଠାରୁ ୪% ବୃଦ୍ଧି କରାଯାଇଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ କମ୍ପାନୀ ବିଶ୍ୱସ୍ତରୀୟ ଉତ୍ପାଦ ଉପଲବ୍ଧ କରାଇଥାଏ । ଜାଗୁଆର ଏବଂ ଳ୍ୟାଣ୍ଡରୋଭର ବ୍ରାଣ୍ଡ୍ ମାଧ୍ୟମରେ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୁରଣ କରିବାର ପ୍ରୟାସ ଜାରି ରହିଛି । ଏହାଦ୍ୱାରା ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ବିକ୍ରି ବୃଦ୍ଧି ପାଇପାରିବାର ସମ୍ଭାବନା ରହିଛି । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇ, ଏକ୍ସଏଫ୍, ଏକ୍ସଜେ ଏବଂ ଏଫ୍-ପେସ୍ ଆଦି ରହିଥିବାବେଳେ ଲ୍ୟାଣ୍ଡ୍ ରୋଭର ରେଞ୍ଜ ମଧ୍ୟରେ ଡିସକଭର ସ୍ପୋର୍ଟସ, ରେଞ୍ଜ ରୋଭର ଇଭାକ୍ୟୁ ସହିତ ରେଞ୍ଜ୍ ରୋଭର ଭେଲାର, ରେଞ୍ଜ୍ ରୋଭର ସ୍ପୋର୍ଟସ, ରେଞ୍ଜ୍ ରୋଭର ଏବଂ ଡିସକଭରୀ ଆଦି ରହିଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷେ୍ନø, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡ଼ା, ପୁନେ, ରାଏପୁର, ବିଜୟୱାଡା ଓ ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ