କେନ୍ଦ୍ରାପଡାରେ ମାସ୍କ ଚେକିଂ କଡାକଡି ଅମାନିଆଙ୍କୁ ଜୋରିମାନା
କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଟାଉନ ଥାନା ପୋଲିସର ମିଳିତ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂକୁ କଡାକଡି କରାଯିବା ସହିତ ଜନସାଧାରଣଙ୍କୁ କୋଭିଡ ସମ୍ପର୍କରେ ସଚେତନତା କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି । ଏଥିସହିତ ଅମାନିଆଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହୋଇଛି । କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସଂକ୍ରମଣ ରୋକିବାକୁ ୧୪ଦିନିଆ ମାସ୍କ ଅଭିଯାନ ଚଳାଇବାକୁ ଆହ୍ୱାନ ଦେଇଥିବା ବେଳେ ମାସ୍କ ନପିନ୍ଧିଲେ ଦୁଇଗୁଣା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ସହରର ପୁରୁଣାବସଷ୍ଟାଣ୍ଡ, ସାନ୍ତସାହି, ନୂଆବସଷ୍ଟାଣ୍ଡ, ମଢିଆଳ, ତିନିମୁହାଣିଛକ ପ୍ରଭୃତି ସ୍ଥାନରେ ମାସ୍କ ଚେକିଂକୁ କଡାକଡି କରାଯିବା ସହ ମାସ୍କ ପିନ୍ଧି ନଥିବା ଅମାନିଆମାନଙ୍କ ଠାରୁ ୨ହଜାର ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରାଯାଇଛି । ଏହି ମାସ୍କ ଚେକିଂ, ସଚେତନତା ଓ ମାସ୍କ ବଣ୍ଟନ ସମୟରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୈାମ୍ୟରଞ୍ଜନ ଜାଲି,ଟାଉନ ସର୍କଲ ରାଜସ୍ୱ ନିରୀକ୍ଷକ ବିଶ୍ୱବିଜୟୀ ପରିଡା, ଉପଜିଲ୍ଲାପାଳଙ୍କ ଷ୍ଟାଫ ଦିବ୍ୟରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଟାଉନ ଥାନା ପୋଲିସ ପକ୍ଷରୁ ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ୨୦ହଜାର ୭ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।