ବଡମାଧପୁରରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଶ୍ୟାମାକାଳୀ ଯୁବ ସଂଘ ପରିସରରେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀ ଆନୁକୁଲ୍ୟରେ ଦ୍ୱିତୀୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅରୁଣ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ରେଫେରୀ ତଥା ରାଜ୍ୟ ସଂପାଦକ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ମୁଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ରଘୁନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ର ସଭାପତି ଶ୍ରୀକାନ୍ତ ମହାନ୍ତି, ରାଜ୍ୟ ଟାଏକୋଣ୍ଡୋ ମହିଳା କମିଶନ ସଦସ୍ୟା ଡଃ ଅନୀତା ମିଶ୍ର, ସନ୍ତରଣ କୋଚ୍ ସୁନିତା ପାତ୍ର, ସମାଜସେବୀ ନିରଜ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ ଲଳିତ କୁମାର, ବ୍ରହ୍ମପୁର ର ଜାଗୁଆର ଟାଏକୋଣ୍ଡୋ ଏକାଡେମୀର କୋଚ ଅମ୍ବିକା ଦାସ, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି.ଏଚ ପ୍ରସାଦ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ, ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲର କୋଚ ଜନଜ ମହାରଣା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଦକ୍ଷିଣ କୋରିଆର କୁକିୟାନ ସ୍ଥିତ ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦ୍ୱାରା ପ୍ରଦତ୍ତ ଦ୍ୱିତୀୟ ଡାନ ବ୍ଲାକ ବେଲ୍ଟ ଅନୀତା ମିଶ୍ର ଓ ମୁନମୁନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୁଧିଷ୍ଠିର ରେଡ୍ଡି, ଦିଲ୍ଲୀପ ବେହେରା, ମହେନ୍ଦ୍ର ଗୌଡ, ଟି. କିଶୋର ରେଡ୍ଡି, ଶିବ ସାହୁ, ଅନାଦି ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।