ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଅଟକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): କରୋନା କଟକଣାକୁ ମଦମାଫିଆଙ୍କ ଫୁ । ସରକାରଙ୍କ ଅବକାରୀ ନିୟମକୁ ଚାଲେଞ୍ଜ କରି ବେଆଇନ ମଦ କାରବାର କରି ମାଲେମାଲ ହେଉଛନ୍ତି ମଦମାଫିଆ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଶୋଇ ଅବକାରୀ ଅଂଚଳରେ ।ରାସ୍ତା କଡ ଢାବା ମାନଙ୍କରେ ଚାଲିଛି ଖୁଲମଖୁଲା ବେଆଇନ ମଦ ବିକ୍ରି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ବରେ ହରିଦ୍ଵାର ଢାବାରେ ଚଢ଼ାଉ କରାଯାଇ ୭.୮ ଲି ବିୟର ଏବଂ ୭.୭୪ ଲି ଦେଶୀ ମଦ ଜବତ କରାଯାଇଛି ତଦସହ ମାଲିକ ହରିହର ଯାଦବ(୪୦) ଙ୍କୁ ଅଟକ ରଖାଯାଇଛି । ସେହିଭଳି ଖାଲସା ଢାବାରେ ଚଢାଉ କରାଯାଇ ୧୦ ଲି ଦେଶୀ ମଦ ସହ ମାଲିକ ହରଦୀପ ସିଂଙ୍କୁ (୪୨) ଅଟକ ରଖାଯାଇଛି । ସେହିଭଳି ବାଉତିବେଡା ଗ୍ରାମ ଜାହିରା ପାଖରୁ ୨୭୫ ଲି ଦେଶୀ ମଦ ଭର୍ତ୍ତି ୫ଟି ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ ପାରି ନ ଥିଲା । ରାଇରଙ୍ଗପୁର ଉପଖଣ୍ଡରେ କାରାଗାରରେ କରୋନା ସଂକ୍ରମିତ ଅନ୍ତେବାସୀ ଆଇସୋଲେସନ ଥିବାରୁ ଦୁଇ ମଦ ମାଫିଆଙ୍କ ନାମରେ ମାମଲା ରୁଜୁ କରାଯାଇ ୪୧ ପିଆରସି ବଣ୍ଡରେ ଛାଡି ଦିଆଯାଇଛି ।