ମିଡଇଷ୍ଟ ପରିସରରୁ ମିଳିଲା ଝୁଲନ୍ତା ଶବ

(ଯୁଗାବ୍ଦ ନ୍ୟୁଜ) ଯାଜପୁର ଚଣ୍ଡିଖୋଲ ମିଡଇଷ୍ଟ ପରିସରରେଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ଗୌହାଟି ଆବିଆଇ ଜିଏମ ଆଶିଷ ସାମଲ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ଘର ଯାପୁରର ର ନରହରିପୁର ଗାଁରେ । ସେ ତାଙ୍କ ମାଙ୍କୁ ଦେଖାକରି ଭୁବନେଶ୍ବର ଯାଉଥିଲେ କିମସରେ ଡାକ୍ତର ଥିବା ପତ୍ନୀଙ୍କୁ ଦେଖାକରିବାକୁ । କିନ୍ତୁ ଗତକାଲି ସେ ମିଡଇଷ୍ଟ ହୋଟେଲ ୧୧୧ ନମ୍ବର ରୁମ ବୁକ କରି ରହିଥିଲେ । ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ବଡଚଣା ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି। ମର ଶରୀରକୁ ବ୍ୟବଚ୍ଚେଦ ପାଇଁ ପଠାଯାଇଛି । ପାରିବାରିକ କାରଣରୁ ସେ ଏପରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ