ପତ୍ନୀ ହେବ ଏମିତି
ସତରେ ପତ୍ନୀ ହେବ ଏମିତି । ନିକଟରେ ଦୀପିକାଙ୍କ ମୁହଁରୁ ପତିଦେବ ରଣବୀର ସିଂଙ୍କ ପ୍ରଶଂସା ଶୁଣି ଶୁଟିଂ ଚାଲିଥିବା ହିନ୍ଦୀ ସିନେମା “୮୩’ର ୟୁନିଟ୍ ସଦସ୍ୟମାନେ ଚକିତ ହୋଇଯାଇଥିଲେ । ସେଠାରେ ଉପସ୍ଥିତ କେତେଜଣ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେ ରଣବୀରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସେ କହିଥିଲେ, “ରଣବୀରଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍ ହେବ । କାରଣ ଏବେ ମୋ ଆକ୍ଟିଂ କ୍ୟାରିୟରକୁ ମୁଁ କିପରି ଆଗେଇନେବି ସେ ନେଇ ସେ ବେଶ୍ ଯତ୍ନବାନ । ଆକ୍ଟିଂ ସମ୍ପର୍କରେ ତାଙ୍କର ପ୍ରତିଟି ଟିପ୍ସକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରୁଛି ।’ ଏସବୁ କଥା ଶୁଣି ସେଠାରେ ଉପସ୍ଥିତ ରଣୀବର ମୁରୁକି ମୁରୁକି ହସୁଥିବା ଦେଖିବାକୁ ମିଳିଥିଲା ।


