ଝାଡ଼ଖଣ୍ଡ: ମହାମେଣ୍ଟର ଆସନ ଭାଗବଣ୍ଟା ଚୂଡ଼ାନ୍ତ
ରାଞ୍ôଚ(ଏଜେନ୍ସି): ଝାଡ଼ଖଣ୍ଡରେ ମହାମେଣ୍ଟର ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଛି । ଏଥିରେ କଂଗ୍ରେସ ସର୍ବାଧିକ ୭ଟି ଆସନ, ଜେଏମ୍ଏମ୍ ୪ଟି, ଜେଭିଏମ୍ ୨ଟି ଏବଂ ଆରଜେଡି ଗୋଟିଏ ଆସନରେ ନିର୍ବାଚନ ଲଢିବେ ବୋଲି ଚୂଡାନ୍ତ ହୋଇଛି । ତେବେ ବାମଦଳଙ୍କୁ ନେଇ ଆସନ ଘୋଷଣା କରାଯାଇନାହିଁ । ଆରଜେଡି ୨ଟି ଆସନ ମାଗି ଆସୁଥିବାବେଳେ ତାକୁ ମାତ୍ର ଗୋଟିଏ ଆସନ ଦିଆଯାଇଛି । ଜେଏମ୍ଏମ୍ ଅଧ୍ୟକ୍ଷ ଶିବୁ ସୋରେନଙ୍କ ଆବାସରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର, ହେମନ୍ତ ସୋରେନ ଏବଂ ବାବୁଲାଲ ମାରାଣ୍ଡି ଆସନ ଭାଗବଣ୍ଟାର ଘୋଷଣା କରିଛନ୍ତି । ତେବେ ଆରଜେଡି ଏହି ସମ୍ମିଳନୀରେ ଭାଗ ନେଇନଥିଲା । କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ଲୋକସଭା ନିର୍ବାଚନ ଲଢିବ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଘୋଷଣା କରିିଛନ୍ତି । ସେହିପରି ଜେଏମ୍ଏମ୍ ନେତୃତ୍ୱରେ ମହାମେଣ୍ଟ ବିଧାନସଭା ନିର୍ବାଚନ ଲଢିବ ବୋଲି କୁହାଯାଇଛି ।


