ଦଶରୁ ଅଧିକ ଜିଲ୍ଲାରେ ବଜ୍ରପାତ ଆଶଙ୍କା
ଭୂବନେଶ୍ୱର ; ଭୂବନେଶ୍ୱର ଆଚଳିକ ପାଣିପାଗ ବିଭାଗ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା କରିଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ହେବାର ସମ୍ବାବନ ରହିଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ରହିଛି। ତେଣୁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରୀ କରାଯାଇଛି । ସେହିପରି ୨୭ ଓ ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ ଓ ନବରଙ୍ଗପୁର ଆଦି ଜିଲ୍ଲା ଗୁଡିକରେ ବଜ୍ରପାତ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ୨୮ ତାରିଖରୁ ପାଗ ଶୁଖିଲା ରହିବ ବୋଲି ଜଣାପଡିଛି ।


