ବହୁରୂପୀ ଏଣ୍ଡୁଅ

ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ । କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ । ବହୁରୂପୀ ରଙ୍ଗ ବଦଳାଇବା ପଛରେ ଉଭୟ ପ୍ରାକୃତିକ ଏବଂ ବୈଜ୍ଞାନିକ କାରଣ ରହିଛି ।
କାହିଁକି ବଦଳାଏ ରଙ୍ଗ :
ପ୍ରାକୃତିକ କାରଣ ଯୋଗୁ ଏହା ରଙ୍ଗ ବଦଳାଇଥାଏ । ଭଗବାନ ବିଶ୍ୱରେ ପ୍ରତ୍ୟେକ ଜୀବକୁ ଖୁବ୍ ସୁନ୍ଦର ଭାବରେ ଗଢ଼ିଛନ୍ତି । ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ନିଜର ସୁରକ୍ଷା କେମିତି ନିଜେ କରିପାରିବେ ସେ ନେଇ ବୁଦ୍ଧି ବି ଦେଇଛନ୍ତି । ତେଣୁ ବହୁରୂପୀ ଶିକାରୀଠାରୁ ନିଜକୁ ବଞ୍ଚାଇବା ପାଇଁ ସବୁଜ ଗଛଲତା ମଧ୍ୟରେ ତା’ର ରୂପ ବଦଳାଇ ଦେଇଥାଏ ।
ବୈଜ୍ଞାନିକ କାରଣ :
ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ବହୁରୂପୀ ଭିନ୍ନ ଭିନ୍ନ ଭାବନା ଯେମିତି କି ଆକ୍ରମଣାତ୍ମକତା, ରାଗ, ଅନ୍ୟ ବହୁରୂପୀକୁ ନିଜର ଚିନ୍ତାଧାରା ଜଣାଇବା ପାଇଁ ରଙ୍ଗ ବଦଳାଇଥାଏ । ବିପଦ ସମୟରେ ମଧ୍ୟ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ବହୁରୂପୀ ରଙ୍ଗ ବଦଳାଇଥାଏ ।
କେମିତି ବଦଳାଏ ରଙ୍ଗ :
ଜେନେଭା ୟୁନିଭର୍ସିଟି ଜୀବ ବୈଜ୍ଞାନିକଙ୍କ ମତରେ ବହୁରୂପୀ ରଙ୍ଗ ବଦଳାଇବା ଏକ ଶାରୀରିକ ପ୍ରକ୍ରିୟା । ପରିବେଶକୁ ଦେଖି ରଙ୍ଗ ବଦଳାଏ । କାରଣ ଏହାର ତ୍ୱଚାରେ ଫଟୋନିକ୍ କ୍ରିଷ୍ଟାଲ ନାମକ ଏକ ସ୍ତର ରହିଛି । ଏହି ସ୍ତର ପରିବର୍ତ୍ତନ ପାଇଁ ରୂପ ବଦଳାଏ । ଏହା ଶାନ୍ତ ଥିଲେ ସବୁଜ ରଙ୍ଗକୁ ରୂପ ବଦଳାଇଥାଏ । ଯେତେବେଳେ ଉତ୍ସାହିତ ହୋଇପଡ଼େ ସେତେବେଳେ ଏହା ହଳଦିଆ ଏବଂ ଲାଲ ରଙ୍ଗକୁ ରୂପ ପରିବର୍ତ୍ତନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ