ଡାଇବେଟିସ୍ ନିୟନ୍ତ୍ରଣ କରେ ମେଥି

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ୍ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ । ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ । ରାତିରେ କିଛି ମେଥିକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହାର ପାଣି ପିଇଲେ ଡାଇବେଟିସ୍ ରୋଗୀଙ୍କ ପାଇଁ ମହୌଷଧି ଭାବେ କାମ କରିଥାଏ । ନିୟମିତ ଭାବରେ ଏପରି କଲେ ଡାଇବେଟିସ୍ ଆଶଙ୍କା କମ୍ ରହିଥାଏ । ଏହା ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହେବା ସହିତ ଇନ୍‌ସୁଲିନ୍‌ର ମାତ୍ରା ବଢ଼ାଇଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି, ରକ୍ତ ଶର୍କରା କମ୍ କରିବା ପାଇଁ ମେଥିକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ସୁଫଳ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ