ଊମା ଭାରତୀ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ନୂଆଦିଲ୍ଲୀ(ଏଜେନ୍ସି): ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଊମା ଭାରତୀଙ୍କୁ ଆଜି ଦଳର ଏକ ପ୍ରମୁଖ ପଦ ଓ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଊମା ଭାରତୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଫଳରେ ଏଣିକି ସେ ଦଳର ସାଂଗଠନିକ କଥା ବୁଝିବେ । ତେବେ ସେ ୨ଠ୧୯ ସାଧାରଣ ନିର୍ବାଚନ ଲଢ଼ିବେନି ବୋଲି ଊମା ଆଜି ପୁଣିଥରେ ସ୍ପଷ୍ଟ କରିଛନ୍ତି । ଊମାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନାନୁସାରେ ସେ ନିର୍ବାଚନ ପରେ ପରେ ଅର୍ଥାତ୍ ଆସନ୍ତା ମାସରୁ ୧୮ମାସ ପାଇଁ ତୀର୍ଥଯାତ୍ରାରେ ବାହାରିଯିବେ ବୋଲି ମଧ୍ୟ ଯୋଜନା କରିସାରିଛନ୍ତି । ପ୍ରକାଶ ଯେ, ନିକଟରେ ଊମା କହିଥିଲେ ଯେ, ସେ ୨ଠ୧୯ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି । ଆସନ୍ତା ଦେଢ଼ ବର୍ଷ ସେ କେବଳ ରାମ ମନ୍ଦିର ଓ ଗଙ୍ଗା ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ଚାହାନ୍ତି । ମାତ୍ର ସେ ପ୍ରତ୍ୟକ୍ଷ ରାଜନୀତିରୁ କୌଣସି ପ୍ରକାରର ସନ୍ୟାସ ନେବେନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ