ବିଶ୍ୱର ପୁରାତନ ଦାମୀ ବହି

ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି । ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ୍ । ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି ଭାବେ ପରିଚିତ । ଏହାର ରଚୟିତା ଲିଓନାର୍ଡୋ ଦା ଭିଞ୍ଚିି । ଏହି ବହିର ମୂଲ୍ୟ ୩୦.୮ ମିଲିୟନ ଡଲାର । ଏହି ବହିକୁ ବିଲ୍‌ଗେଟ୍‌ସ୍ କିଣିଛନ୍ତି । ଏହି ତାଲିକାରେ ମଗ୍ନା କାର୍ଟର ସ୍ଥାନ ଦ୍ୱିତୀୟରେ ରହିଛି । ଏହି ବହିର ମୂଲ୍ୟ ୨୧.୨ ମିଲିୟନ ଡଲାର । ଏହାକୁ ଡେଭିଡ ରୁବେଷ୍ଟିନ କିଣିଛନ୍ତି । ସେଣ୍ଟ କ୍ସୁଥ୍‌ବେର୍ଟ ଗୋସ୍ପେଲ ମୂଲ୍ୟବାନ ବହି ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଏହି ବହିର ମୂଲ୍ୟ ୧୪.୩ ମିଲିୟନ ଡଲାର । ସେହିପରି ବେ ପ୍ଲାସମ ବୁକ୍ ଦୁନିଆର ଚତୁର୍ଥ ଦାମିକା ବହି । ଏହାର ମୂଲ୍ୟ ୧୪.୧୬୫ ମିଲିୟନ ଡଲାର । ଏହାକୁ ଉତ୍ତର କୋରିଆରେ ଛପାଯାଇଥିଲା । ବର୍ତ୍ତମାନ ଏହାର ମାତ୍ର ୧୧ଟି ପ୍ରତିଲିପି ରହିଛିି । ରୋଥସ୍ ଚାଇଲ୍ଡ ପ୍ରେୟାର ହେଉଛି ଦୁନିଆର ପଞ୍ଚମ ଦାମିକା ବହି । ଏହାକୁ ୧୯୯୯ରେ ୧୩.୪ ମିଲିୟନ ଡଲାରରେ ବିକ୍ରି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ