ଏକତାଙ୍କ ବାୟାପିକରେ ଦିଶା
ବଲିଉଡ୍ର ହଟ୍ ଓ ସେକ୍ସି ନାୟିକା ଦିଶା ପାଟନି ଏବେ ଚଣ୍ଡିଗଡ଼ରେ ଅଛନ୍ତି । ସେ ତାଙ୍କ ଅପକମିଙ୍ଗ ଫିଲ୍ମ “କେ ଟିନା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ରାଜ ସାଣ୍ଡିଲ୍ୟଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମ ଏକତା କପୁରଙ୍କ ହୋମ୍ ପ୍ରଡକ୍ସନରେ ନିର୍ମାଣ କରାଯାଉଛି । ଏବେ ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ଦିଶା ଥିବାରୁ ଏକତା ତାଙ୍କ ଫ୍ୟାନ ଫଲାଇଙ୍ଗକୁ ନେଇ ନାୟିକା ଭାବେ ଦିଶାଙ୍କୁ ହିଁ ବାଛିଛନ୍ତି । ନିକଟରେ “କେ ଟିନା’ରେ ଦିଶାଙ୍କ ଏକ ଫଟୋକୁ ଏକତା ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଆଉ ଠିକ୍ ଦିଶାଙ୍କ ଭଳି ଆଙ୍ଗୁଠିରେ ଗୁଡାଏ ମୁଦି ଓ ବ୍ରେସଲେଟ୍ ପିନ୍ଧି ଏକତା ତାଙ୍କର ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି । ଶୁଣିବାକୁ ମିଳୁଛି କି “କେ ଟିନା’ ଏକତାଙ୍କ ଜୀବନି ଉପରେ ନିର୍ମାଣ କରାଯାଉଥିବା ଫିଲ୍ମ । ଯଦି ଏହା ଠିକ୍ ହୁଏ ତେବେ ଦର୍ଶକେ ଖୁବ୍ଶୀଘ୍ର ଏକତା କପୁରଙ୍କ ବାୟୋପିକ୍ ଦେଖି ତାଙ୍କ ସମ୍ପର୍କରେ ଅନେକ ଜଣା ଅଜଣା କଥା ଜାଣି ପାରିବେ ।


