ଭଲିବଲ ପୂଜା କମିଟି ତରଫରୁ ଶ୍ୟାମାକାଳୀଙ୍କ ପୂଜା ଆୟୋଜନ
ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ତରଫରୁ ମା ଶ୍ୟାମାକାଳୀଙ୍କ ପୂଜା ଆୟୋଜନ କରାଯାଇଛି । ଏଥିରେ ଗ୍ରାମର ଶହ ଶହ ମହିଳା କଳସ ଯାତ୍ରା କରି ଋଷୁକୂଲ୍ୟ ତଟରୁ ଜଳ ଆଣି ପୂଜା ମଣ୍ଡପରେ ପହଁଚିଥିଲେ । ପଣ୍ଡିତ କେଦାରନାଥ ପଣ୍ଡାଙ୍କ ତତ୍ୱବଧାନରେ ଏବଂ ସହ ପୂଜକ ମଣ୍ଟୁ ପଣ୍ଡା ,ଭାସ୍କର ପଣ୍ଡା ସହଯୋଗରେ ଏହି ପୂଜା କର୍ମ ସମ୍ପାଦନ କରାଯାଉଛି । ଏହି ପୂଜା ତାରିଖ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୧ ତାରିଖରେ ସମାପ୍ତ ହେବ ବୋଲି ଆୟୋଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଠାରୁ ସୁନ୍ଦର ଅଲୋକିକରଣ ସହ ସୁନ୍ଦର ମେଢ଼କୁ ଦେଖିବା ପାଇଁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପୂଜାରେ ଶ୍ରୀ ଗନ୍ଧୀ ଗୌଡ଼ କର୍ତା ରୂପେ ଯୋଗ ଦେଇଛନ୍ତି । ପୂଜା କମିଟି ସଦସ୍ୟ ତଥା ସଂଗ୍ରାମ କେଶରୀ ପଣ୍ଡା ,ରମେଶ ନାହାକ ,ମହେନ୍ଦ୍ର ଛଟେଇ,ବିଳାସ ପଲେଇ, ପରମା ନାହାକ, ସନ୍ତୋଷ ପରିଡା, ଅକ୍ଷୟ ପଲେଇ, ଜିତୁ ଗୌଡ଼, ରୋହିତ ନାହାକ, ବସନ୍ତ ନାହାକ, ଅନାଥ ସ୍ୱାଇଁ, ସୁରେନ୍ଦ୍ର ନାହାକ ,କୈଳାଶ ନାହାକ, ସନ୍ତୋଷ ପ୍ରଧାନ, ସୁଜିତ ପଣ୍ଡା, ହରିଆ ନାହାକ, ପ୍ରଭାତ ପଲେଇ, ଜିତେନ୍ଦ୍ର ଗୌଡ଼ ,ଅଶୋକ ପଲେଇ, ଆଲୋକ ସ୍ୱାଇଁ, ରାମ ପଲେଇ, ସୁଧୀର ସ୍ୱାଇଁ,କଂହେଇ ନାହାକ ,ଯୋଗେନ୍ଦ୍ର ସାହୁ(ଟୁଟୁ),ପ୍ରଫୁଲ ପଲେଇ, ଜଗୁ ଗୌଡ଼,ପ୍ରଭୁତିଙ୍କ ସହଯୋଗ ରେ ପୂଜା ସୁନ୍ଦର ଭାବେ ପରିଚାଳିତ ହୋଉଛି ।


