୧ କି.ଗ୍ରା. ଓଜନର ସୁନା କାନଫୁଲ
ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍ଟି ଜୁଏଲର୍ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମୁକା ଇୟରିଂ । ଏହି ବିରାଟକାୟ ଇୟରିଂ ସମ୍ପୂର୍ଣ୍ଣ ଭାବେ ହାତ ତିଆରି । ବିଶ୍ୱାସ କରାଯାଉଛି ଏହା ହେଉଛି ପୃଥିବୀର ସବୁଠାରୁ ବଡ଼ ଇୟରିଂ । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ଦୁବାଇରେ ଏହାକୁ ଉନ୍ମୋଚନ କରିଥିଲେ । ଉକ୍ତ ଇୟରିଂର ମୂଲ୍ୟ ପ୍ରାୟ ୩୬ ଲକ୍ଷ । ୨୨ କ୍ୟାରେଟ୍ ସୁନାରେ ତିଆରି ଉକ୍ତ ଇୟରିଂ ଜିଆର୍ଟି ଜୁଏଲର୍ଙ୍କ ସଫଳ ୫୦ ବର୍ଷ ଯାତ୍ରାର ଖୁସିରେ କରାଯାଇଥିଲା ।


