ଫିଙ୍ଗର୍ ଟାଟୁ
ଟାଟୁ କ୍ରେଜ୍ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି । କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ ସ୍ଥାନରେ ଟାଟୁ କରାଇଥାଆନ୍ତି । ତେବେ ନିକଟରେ ଫିଙ୍ଗର ଟାଟୁର କ୍ରେଜ୍ ବେଶ୍ ଦେଖିବାକୁ ମିଳୁଛି । ବିଭିନ୍ନ ଜୀବଜନ୍ତୁ, ଫୁଲପତ୍ର ସହ ଅନେକ ସୃଜନଶୀଳ ଅବଷ୍ଟ୍ରାକ୍ଟ ଟାଟୁ ବି ଆଙ୍ଗୁଠିରେ କରାଯାଉଛି । ଦମ୍ପତିମାନେ ତ ଫିଙ୍ଗର୍ ଟାଟୁକୁ ବେଶ୍ ପସନ୍ଦ କରୁଛନ୍ତି । କାରଣ ଏହି ଟାଟୁରେ ବିଭିନ୍ନ ଭେରାଇଟି ଉପଲବ୍ଧ ହେଉଛି । ସେଲିବ୍ରିଟି ବି ଫିଙ୍ଗର୍ ଟାଟୁ ମୋହରୁ ବର୍ତ୍ତିପାରିନାହାନ୍ତି । ବହୁ ହଲିଉଡ୍ ସେଲିବ୍ରିଟି ଏହାକୁ ଆପଣେଇ ସାରିଲେଣି ।


