ଶୁଟିଂ ସେଟ୍‌ରେ ଅନୁଭାଙ୍କ ପ୍ରିୟ ଜିନିଷ

କ୍ୟୁଟ୍‌, ସ୍ଲିମ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀ ହେଉଛନ୍ତି ଅନୁଭା ସୌର୍ଯ୍ୟା । ଜବରଦସ୍ତ ଅଭିନୟ କରିବା ସହ ସେ ଭଲ ନାଚି ମଧ୍ୟ ପାରନ୍ତି । “ମୁଁ ପ୍ରେମି ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡରେ ଡେବ୍ୟୁ କରିଥିଲେ । ତେବେ ସେ ସବୁବେଳେ ଚୁପ୍ ଚାପ୍ ରହିବାକୁ ପସନ୍ଦ । ବେଶି ମଜାମସ୍ତି କରିବାକୁ ତାଙ୍କୁ ଭଲ ଲାଗେନି ।
ସେହିପରି ଅନୁଭା ଜଣେ ଖାଦ୍ୟପ୍ରିୟ ଅଭିନେତ୍ରୀ । ପ୍ରାୟ ସମୟରେ ସେ କିଛି ନା କିଛି ଖାଇବାକୁ ପସନ୍ଦ କରନ୍ତି । ଏମିତିକି ଶୁଟିଂ ସେଟରେ ଟିକେ ଫ୍ରି ସମୟ ମିଳିଲେ ସେ କିଛି ନା କିଛି ଖାଆନ୍ତି । ଥରେ “ରେଡ଼ିଓ ଟାଇମ୍ ୱିଥ୍ ଅନନ୍ୟା’କୁ ଆସି ଅନୁଭା କହିଥିଲେ ଯେ ଯିଏ ତାଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଢେର୍ ସାରା ସ୍ୱାଦିଷ୍ଟ ଖାଦ୍ୟ ଆଣି ଦିଅନ୍ତୁ । ଅନୁଭା କହିଥିଲେ ଯେ ସେ ଶୁଟିଂ ସେଟକୁ ସବୁବେଳେ ଖାଇବା ନେଇ ଯାଆନ୍ତି । ଏକ ସ୍ୱତନ୍ତ୍ର ବ୍ୟାଗରେ ସେ ଖାଦ୍ୟ ନେଇ ଯାଆନ୍ତି । ଆଉ ଶୁଟିଂ ସେଟରେ ତାଙ୍କର ସେହି ବ୍ୟାଗ୍ ଉପରେ ସମସ୍ତଙ୍କ ନଜର ଥାଏ । ସୂଚନାଯାଗ୍ୟ, “ସ୍ୱିଟ୍ ହାର୍ଟ’, “ବଜରଙ୍ଗି’, “ସାଥି ତୁ ଫେରିଆ’, “ରିଭେଞ୍ଜ’ ଓ “ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ