ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ମହାବାତ୍ୟାର ସ୍ମାରକି ଭାବେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁୂ ଜିଲ୍ଲାସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୧୯ ମଙ୍ଗଳବାର ପାଳିତ ହୋଇଯାଇଛି । ସକାଳ ପ୍ରାୟ ୮ ଟା ସମୟରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ବାହାରି ସଚେତନତା ଶୋଭାଯାତ୍ରା ସ୍ଥାନୀୟ ପବ୍ଲିକ ହାଇସ୍କୁଲରୁ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଜିଲ୍ଲାପାଳ କେ ସୁଦ୍ର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ସ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁୂମାର ମହାପାତ୍ର ,ବାଲେଶ୍ୱର ଉପଜିଲ୍ଳାପାଳ ନିଲୁ ମହାପାତ୍ର ,ଜିଲ୍ଲା ଓ ସୂଚନା ଲୋକ ସଂପର୍କ ଅଧିକାରୀ ସୁବାସ ନିଆଲ , ଜିଲ୍ଳା କ୍ରିଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ,ଜିଲ୍ଲ । ଜରୁରୀ କାଳିନ ଅଧିକାରୀ ଅଜୟ କୁମାର ନାୟକ,ଜିଲ୍ଳା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ,ଜିଲ୍ଳା ଜରୁରୀ କାଳିନ ବିଭାଗ ପ୍ରକଳ୍ପ ସଂଯୋଜକ ଅବନୀକାନ୍ତ ଭୂୟାଁ, ପ୍ରମୁଖ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ କର୍ମଚାରୀ ଶୋଭାଯାତ୍ରା ଶୁଭାରମ୍ଭ ବେଳେ ଉପସ୍ଥିତ ଥିଲେ ।ର୍ୟାଲି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଏନଡିଆରଏଫ୍ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଆୟୋଜିତ ପ୍ରଦର୍ଶନୀକୁ ଛାତ୍ରମାନେ ଦେଖିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ବିପର୍ଯ୍ୟୟ ବେଳେ ନିଜକୁ ସୁରକ୍ଷିତ ରଖିବା ଅନ୍ୟକୁ ଉଦ୍ଧାର କରାଯିବାର ବିଭିନ୍ନ କୈାଶଳ ସହ ବିପର୍ଯ୍ୟୟ ପରିଚାଳନାରେ ବ୍ୟବହୃତ ଉପକରଣ ଗୁଡିକୂୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା । ଜିଲ୍ଲାପାଳ ଚର୍କବର୍ତ୍ତୀଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଏହି ପ୍ରଦର୍ଶନୀରେ ଯୋଗଦେଇ ଉପକରଣ ଗୁଡିକର ବ୍ୟବହାର ଓ ବିପର୍ଯ୍ୟୟ ବେଳେ ଆତ୍ମରକ୍ଷା ସହ ଅନ୍ୟକୁ ରକ୍ଷା କରିବା ନିମନ୍ତେ ଅନୁଧ୍ୟାନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କତା ଅବଲମ୍ବନ ସହ କ୍ଷୟକ୍ଷତିକୂୁ କିପରି କମାଯାଇପାରିବ ସେ ଦିଗରେ ଯତ୍ନବାନ ହେବା ସହ ଏଥିଲାଗି ମିଳିତ ଉଦ୍ୟମର ସମ୍ବନ୍ଧୀୟ ଆବଶ୍ୟକିୟ ସମ୍ବନ୍ଧୀୟ ବିସୟକୁ ନେଇ ପୂର୍ବରୁ ଅନୁଷ୍ଠିତ ବକୃତା , ପ୍ରବନ୍ଧ , ଚିତ୍ରାଙ୍କନ ପ୍ରତିଯୋଗିତା,ସଫଳତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।


