ଦେଶର ନବନିଯୁକ୍ତ ପ୍ରଧାନ ବିଚାରପତିଙ୍କୁ ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ୱାରେଣ୍ଟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଏସଏ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ.ପ୍ରମୋଦ କୁମାର ମିଶ୍ର ଜଷ୍ଟିସ ବୋବଡେଙ୍କୁ ଭେଟି ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ୱାରେଣ୍ଟ (ନିଯୁକ୍ତପତ୍ର) ପ୍ରଦାନ କରିଛନ୍ତି । ଆମେ ଆପଣଙ୍କୁ ଜଷ୍ଟିସ ଏସଏ ବୋବଡେଙ୍କ କିଛି ଉଲ୍ଲେଖନୀୟ ରାୟ ବାବଦରେ କହିବୁ, ଯାହାକୁ ନେଇ ଦେଶରେ ଚର୍ଚ୍ଚା ଜାର ଧରିଥିଲା । ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଧାର କାର୍ଡକୁ ନେଇ ଦିଆଯାଇଥିବା ରାୟରେ ଜଷ୍ଟିସ ଏସଏ ବୋବଡେ ମଧ୍ୟ ସାମିଲ ଥିଲେ । ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ କହିଥିଲେ ଯେ, ଆଧାର କାର୍ଡ ନଥିବା କାରଣରୁ କୌଣସି ଭାରତୀୟଙ୍କୁ ସେମାନଙ୍କ ସୁବିଧାରୁ ବଂଚିତ କରାଯାଇପାରିବ ନାହିଁ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କ ବିରାଧରେ ଆସିଥିବା ଯୌନ ଶାଷଣ ମାମଲାରେ ମଧ୍ୟ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବିଚାର କରୁଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ଏସଏ ବୋବଡେ ମଧ୍ୟ ସାମିଲ ଥିଲେ । ଏହି ମାମଲାରେ ମୁଖ୍ୟବିଚାରପତିଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ସେହିପରି ନଭେମ୍ବର ୨୦୧୬ ମସିହାରେ ସୁପ୍ରିମକୋର୍ଟ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ । ଏହି ରାୟ ପ୍ରକାଶରେ ସେ ସାମିଲ ଥିଲେ । ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ବିବାଦକୁ ନେଇ ଶୁଣାଣି କରୁଥିବା ୫ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ବୋବଡେ ସାମିଲ ଅଛନ୍ତି । ଏହି ମାମଲାର ଶୁଣାଣି ହୋଇସାରିଥିବା ବେଳେ ଖୁବ ଶୀଘ୍ର ରାୟ ଆସିବ । ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ବର୍ଷର ଏକ ପୁରୁଣା ନିଷ୍ପତ୍ତିକୁ ମଧ୍ୟ କାୟମ ରଖିଥିଲେ । କର୍ଣ୍ଣାଟକ ସରକାର “ବାସବ ବଚନ ଦୀପ୍ତି’ ନାମକ ପୁସ୍ତକକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତି ଜଷ୍ଟିସ ଏସଏ ବୋବଡେଙ୍କ ଖଣ୍ଡପୀଠ ଶୁଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ